ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ଙ୍କୁ ମିଳିଲା ଜାମିନ। ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତିରେ ସିବିଆଇ ପକ୍ଷରୁ ହୋଇଥିବା ମାମଲାରେ ଚିଦାମ୍ବରମ୍‌ଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

ଜାମିନ ମିଳିଥିଲେ ମଧ୍ୟ ବର୍ତ୍ତମାନ ଚିଦାମ୍ବରମ୍‌ ତିହାର ଜେଲ୍‌ରେ ରହିବେ। କାହିଁକି ନାଁ ଇଡି ମଧ୍ୟ ଚିଦାମ୍ବରମ୍‌ଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି। ତେଣୁ, ଆସନ୍ତା ୨୪ ତାରିଖ ଯାଏଁ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ହେପାଜତରେ ରହିବେ।

ଗିରଫ ହେବାର ପ୍ରାୟ ୨ ମାସ ପରେ ସୁପ୍ରିମକୋର୍ଟ ଚିଦାମ୍ବରଙ୍କୁ ଜାମିନ ଦେଇଛନ୍ତି। ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ତେବେ ଆସନ୍ତା ୨୪ ଯାଏଁ ସେ ଇଡି ହେପାଜତରେ ତିହାର ଜେଲ୍‌ରେ ରହିବେ।

Comment