ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ରିମାଣ୍ଡରେ ଗଲେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌। ରାଉଜ ଏବିନ୍ୟୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଚିଦାମ୍ବରଙ୍କୁ ପୁଣି ଥରେ ରିମାଣ୍ଡରେ ନେଇଛି। ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଯାଏଁ ଚିଦାମ୍ବରମ ସିବିଆଇ ହେପାଜତରେ ରହିବେ।

ପୂର୍ବରୁ ଦୁଇ ଦଫାରେ ୯ ଦିନିଆ ରିମାଣ୍ଡରେ ଯାଇଥିଲେ ଚିଦାମ୍ବରମ। ପ୍ରଥମେ ୫ ଦିନିଆ ରିମାଣ୍ଡ ପରେ ଆଉ ୪ ଦିନ ରିମାଣ୍ଡ ପାଇଁ ସିବିଆଇ କୋର୍ଟରେ ଅନୁମତି ମାଗିଥିଲା। ଏହାପରେ କୋର୍ଟ ୪ ଦିନିଆ ରିମାଣ୍ଡ ଅନୁମତି ଦେଇଥିଲେ। ଆଜି ଆଜି ଚିଦାମ୍ବରଙ୍କ ଏହି ୪ଦିନିଆ ରିମାଣ୍ଡ ଶେଷ ହୋଇଛି।

ଆଜି ସିବିଆଇ ଚିଦାମ୍ବରମଙ୍କୁ ରାଉଜ ଏବିନ୍ୟୁ କୋର୍ଟରେ ହାଜର କରିଥିଲା। ତେବେ ପି ଚିଦାମ୍ବରମ୍‌ଙ୍କୁ ଆଉ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ସିବିଆଇ କୋର୍ଟରେ ଅନୁମତି ମାଗିଥିଲା। କୋର୍ଟ ସିବିଆଇକୁ ରିମାଣ୍ଡ ଅନୁମତି ଦେଇଛନ୍ତି।

ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗତ ଅଗଷ୍ଟ ୨୧ ତାରିଖରେ ସିବିଆଇ ପି ଚିଦାମ୍ବରମ୍‌ଙ୍କୁ ଗିରଫ କରିଥିଲା।

Comment