ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇଏନ୍ଏକ୍ସ ମିଡିଆ ମାମଲାରେ ପୁଣି ନିରାଶ ହୋଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍। ଦିଲ୍ଲୀ ହାଇକୋର୍ଟରେ ତାଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି। ଶୁକ୍ରବାର ଦିନ ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଜାମିନ ଆବେଦନ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।
ଅଗଷ୍ଟ ୨୧ରେ ପି ଚିଦାମ୍ବରମ୍ଙ୍କୁ ସିବିଆଇ ଗିରଫ କରିଥିଲା। ଆଇଏନ୍ଏକ୍ସ ମିଡିଆ ମାମଲାରେ ଚିଦାମ୍ବରମ୍ଙ୍କୁ ଗିରଫ କରାଯାଇଥିଲା। ସିବିଆଇ ତାଙ୍କୁ ୧୫ ଦିନ ଜେରା କରିବା ପରେ ତିହାର୍ ଜେଲ୍କୁ ପଠାଇ ଦେଇଥିଲା।