ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନ ଥିଲା ଭାରତ ତା’ର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ସାରା ବିଶ୍ୱରେ ଚର୍ଚ୍ଚାରେ ଥିଲା। ବିଶ୍ୱର ସବୁଠାରୁ ସୁଦୃଢ଼ ଅର୍ଥବ୍ୟବସ୍ଥାର ଉପାଧି ଧାରଣ କରିଥିବା ଭାରତ ବର୍ତ୍ତମାନ ମାନ୍ଦାବସ୍ଥାର କାୟା ମଧ୍ୟରେ ଗତି କରୁଥିବା ବିଷୟ ଆଉ କାହାରିକୁ ଅଛପା ନାହିଁ। କ୍ରମାଗତ ଭାବରେ ଭାରତୀୟ ଅର୍ଥନୀତି ଦୁର୍ବଳ ହେବାରେ ଲାଗିଛି।

ବିଶ୍ୱ ଅର୍ଥନୀତିରେ କିଛି ବର୍ଷ ଧରି ଦ୍ୱିତୀୟ ସ୍ଥାନରେ ରହୁଥିବା ଦେଶ ଚୀନ ବର୍ତ୍ତମାନ ଭାରତକୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛି। କେବଳ ସେତିକି ନୁହଁ ଗତ କିଛି ମାସ ଧରି ଭାରତର ଜି ଡି ପି ମୂଲ୍ୟ ୫ ପ୍ରତିଶତ ତଥା ତା’ଠାରୁ ତଳକୁ ଖସିବା ପରେ ଫିଲିପାଇନ୍ସ ଓ ଇଣ୍ଡୋନେସିଆ ଭଳି ଦେଶ ଭାରତକୁ ଅତିକ୍ରମ କରି ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ବର୍ତ୍ତମାନ ଭାରତ ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ଚତୁର୍ଥ ସ୍ଥାନରେ ରହିଛି।

ଘରୋଇ ପୁଞ୍ଜି ନିବେଶକାରୀମାନଙ୍କ ଉତ୍ସାହରେ କ୍ରମାଗତ ହ୍ରାସ ଓ ବିଦେଶୀ ପୁଞ୍ଜି ନିବେଶକାରୀମାନଙ୍କର ବାରମ୍ବାର ପୁଞ୍ଜି ପ୍ରତ୍ୟାହାର ଦ୍ୱାରା ପ୍ରଭାବିତ କମ୍ପାନିଗୁଡ଼ିକ ତାଙ୍କର ଉତ୍ପାଦନରେ ବ୍ୟାପକ ହ୍ରାସ କରିବାକୁ ବାଧ୍ୟ ହେଉଛନ୍ତି। ସାରା ଭାରତରେ ଛଟେଇ ବର୍ତ୍ତମାନ ଏକ ସାଧାରଣ କଥା ପାଲଟିଯାଇଛି। ତେଣୁ ଭବିଷ୍ୟତରେ ଦେଶର ବିକାଶ ପଥରେ ବେକାରୀ ସମସ୍ୟା ଆହୁରି ଉତ୍କଟ ରୂପ ଧାରଣ କରିବାର ସମ୍ଭାବନା ରହିଛି। ସର୍ବାଧିକ ଯୁବ ଜନସଂଖ୍ୟା ରହିଥିବା ଦେଶ, ଅଭିବୃଦ୍ଧି ପରିବର୍ତ୍ତେ ବିପର୍ଯ୍ୟୟ ଆଡ଼କୁ ଯାତ୍ରା କରୁଛି।

LEAVE A REPLY

Please enter your comment!
Please enter your name here