ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟଗଡା:  ୨୦୦୨ ମସିହା ପୋଲିସ-ମାଓବାଦୀ ଗୁଳିବିନିମୟ ମାମଲାରେ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା। ଅଧିକ ସାକ୍ଷ୍ୟ ପ୍ରମାଣ ଅଭାବରୁ ରାୟଗଡ଼ା ଜିଲ୍ଲା ଦୌରା ଜଜ୍‌ କୋର୍ଟ ତାଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି।

୨୦୦୨ ମସିହାରେ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରୁଥିବା ବେଳେ ଚାନ୍ଦିଲି ଥାନା ଅନ୍ତର୍ଗତ ଲିଙ୍ଗାଗୁଡା ଜଙ୍ଗଲଠାରେ ପୋଲିସ ଓ ଲାଲବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ମାଓ କମାଣ୍ଡର ସବ୍ୟସାଚୀଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଥିବା ଦର୍ଶାଇ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ଗୁରୁବାର ଏହି ମାମଲାର ଶୁଣାଣି ରାୟଗଡ଼ା ଜିଲ୍ଲା ଦୌରା ଜଜ୍‌ କୋର୍ଟରେ ଚାଲିଥିଲା। ସବ୍ୟସାଚୀଙ୍କୁ କୋର୍ଟରେ ହାଜର କରାଯାଇଥିଲା। ହେଲେ ଏହି ମାମଲାରେ ତାଙ୍କୁ ନିର୍ଦ୍ଦେଶରେ ଖଲାସ କରିଛନ୍ତି କୋର୍ଟ। ଏନେଇ ସବ୍ୟସାଚୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି।

Comment