ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ବାଇକରେ ତିନିଜଣ ବସି ରାସ୍ତାରେ ଯାଇପାରିବେ ଏବଂ ଟ୍ରାଫିକ ପୋଲିସ ମଧ୍ୟ ଆପଣଙ୍କୁ ଧରିବ ନାହିଁ। ହେଲେ ସାବଧାନ! ଏହା ସବୁ ବର୍ଗର ଲୋକମାନଙ୍କ ପାଇଁ ନୁହେଁ। ଗୋଟିଏ ବାଇକରେ ଏକାସଙ୍ଗରେ ବାପା, ମାଆ ଓ ପିଲା ବସି ଯାତ୍ରା କରିପାରିବେ। ଯଦି ଆପଣଙ୍କର ପିଲାର ବୟସ ୧୨ କିମ୍ବା ତାଠାରୁ କମ୍ ହୋଇଥାଏ ତେବେ ଆପଣଙ୍କୁ କୌଣସି ଚାଲାଣ କାଟିବାକୁ ପଡ଼ିବନାହିଁ। ଏନେଇ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଶୁକ୍ରବାର ଗଣମାଧ୍ୟମକୁ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇ କହିଛନ୍ତି, “ଯଦି କୌଣସି ବ୍ୟକ୍ତି ତା’ର ୧୨ବର୍ଷରୁ କମ ବୟସର ପିଲାକୁ ନେଇ ବାଇକରେ ତିନିଜଣ ଯାତ୍ରା କରୁଛନ୍ତି। ସେମାନଙ୍କ ଉପରେ କୌଣସି ଫାଇନ୍ କିମ୍ବା ଚାଲାଣ କଟାଯାଇପାରିବନାହିଁ। ଯଦି ପିଲାଟିର ବୟସ ୧୨ବର୍ଷରୁ ଅଧିକ ହୋଇଥାଏ ତେବେ ଆପଣଙ୍କ ଉପରେ ଚାଲାଣ କଟାଯିବ।”

ନୂଆ ମୋଟର ଯାନ ଆଇନ୍ ପ୍ରଣୟନ ହେବାପରେ ବାଇକରେ ତିନିଜଣ ଧରି ଯାତ୍ରାକଲେ ଚାଳକଙ୍କୁ ଭାରି ପରିମାଣର ତଣ୍ଡ ଗଣିବାକୁ ପଡ଼ିବ। ତେବେ ଆଜି ନିଜେ ପୋଲିସ୍ କମିସନର ଏହି ସୂଚନା ଦେଇ ଛୋଟପିଲାମାନଙ୍କ ପିତାମାତାଙ୍କୁ ଆଶ୍ୱସ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here