ଓଡ଼ିଶାଲାଇଭ୍ ବ୍ୟୁରୋ

ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ, ମୋ ସ୍କୁଲ ଅଧ୍ୟକ୍ଷ ସୁସ୍ମିତା ବାଗ୍‌ଚି ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ଉପଦେଷ୍ଟା ମାନସ ମଙ୍ଗରାଜଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହୋଇଛି।

ଗତ ଶୁକ୍ରବାର ରାଜ୍ୟ ସରକାର ୧୧ ଜଣଙ୍କୁ ବିଭିନ୍ନ ବିଭାଗ ଓ ବୋର୍ଡର ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଥିଲେ। ସେମାନଙ୍କୁ ମଧ୍ୟରୁ ୬ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା, ଜଣଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟା ଏବଂ ୪ ଜଣଙ୍କୁ ପ୍ରମୁଖ ଶାସନ ସଚିବ ପାହ୍ୟା ଦିଆଯାଇଥିଲା।

ତେବେ ଏହି କ୍ରମରେ ଶନିବାର ଆଉ ୩ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି। ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ, ମୋ ସ୍କୁଲ ଅଧ୍ୟକ୍ଷ ସୁସ୍ମିତା ବାଗ୍‌ଚି ଏବଂ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ଉପଦେଷ୍ଟା ମାନସ ମଙ୍ଗରାଜଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଥଇବା ନେଇ ସୂଚନା ମିଳିଛି।

Comment