ଓଡ଼ିଶାଲାଇଭ ବ୍ୟୁରୋ

ମୁହଁରେ ବଢୁଛି ମାଂସ ପିଣ୍ଡୁଳା। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସ୍ୱାମୀର ଆର୍ଥିକସ୍ଥିତି ଖରାପ ହୋଇଥିବାରୁ ଯନ୍ତ୍ରଣାରେ କଲବଲ ହେଉଛି ସ୍ତ୍ରୀ। ଏଭଳି ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅଧୀନ କାଳିଆଯୋଡୀ ଗ୍ରାମରେ। ପିଡ଼ିତା ଜଣକ ହେଉଛନ୍ତି ତୁଳାବତୀ ଝୋଡିଆ।

ଦୀର୍ଘ ଦିନହେଲା ମୁହଁ ଉପରେ ମାଂସ ପିଣ୍ଡୁଳା ବଢୁଥିବାରୁ ଯନ୍ତ୍ରଣା ଅନୁଭବ କରି ଚିକିତ୍ସା ପାଇଁ ସ୍ୱାମୀ କୁମୁଟି ଝୋଡିଆଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତେବେ ଏହାର ଚିକିତ୍ସା ପାଇଁ ଅସ୍ତ୍ରୋପଚାର ଆବଶ୍ୟକ ରହିଛି ବୋଲି ଡାକ୍ତର କହିଥିଲେ। ପରେ ତାଙ୍କୁ  ବ୍ରହ୍ମପୁରସ୍ଥିତ ମେଡିକାଲ କଲେଜରେ ଅସ୍ତ୍ରୋପଚାର ପାଇଁ ପଠାଯାଇଛି।

ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥିବାରୁ ସେହି ମେଡିକାଲ କଲେଜରେ ଚିକିତ୍ସା ପାଇଁ ସରକାରୀ ପାଣ୍ଠିରୁ ସହାୟତା ପାଇବା ପାଇଁ। ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି ଦମ୍ପତି।

Comment