ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍କୁଲ ପିଲାମାନଙ୍କୁ ଅଧିକ ପୋଷଣ ଯୋଗାଇଦେବା ପାଇଁ ରାଜ୍ୟ ସରକାର ଏକ ନୂଆ ପ୍ରୟାସ ଆରମ୍ଭ କରିବାକୁ ଯାଉଛନ୍ତି। ଖୁବଶୀଘ୍ର ସ୍କୁଲ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଦୁଗ୍ଧଜାତ ଦ୍ରବ୍ୟ ଦିଆଯିବ। ଏନେଇ ସରକାର ଯୋଜନା କରୁଥିବା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି।

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ କହିଛନ୍ତି, ରାଜ୍ୟର ସ୍କୁଲଗୁଡ଼ିକରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ଦୁଗ୍ଧଜାତ ଦ୍ରବ୍ୟ ସାମିଲ କରିବାକୁ ପ୍ରସ୍ତାବ ଆସିଛି। ସରକାର ଏନେଇ ଯୋଜନା କରୁଛନ୍ତି। ତେବେ ଖୁବଶୀଘ୍ର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନରେ ଦୁଗ୍ଧଜାତ ଦ୍ରବ୍ୟ ଦିଆଯିବ।

ସରକାରଙ୍କ ଏହି ନିୟମ ଦ୍ୱାରା ରାଜ୍ୟର ଦୁଗ୍ଧଚାଷୀ ଉପକୃତ ହୋଇପାରିବେ। ଏଥିସହିତ ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟରେ ଅଧିକ ପୋଷଣ ମିଳିପାରିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

LEAVE A REPLY

Please enter your comment!
Please enter your name here