ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ହେଉଛି ମୁସଲିମ ସମ୍ପ୍ରଦାୟଙ୍କ ବଡ଼ ପର୍ବ ମହରମ। ଏହି ଅବସରରେ ରାଉରକେଲାରେ ଧୂମଧାମରେ ପାଳିତ ହୋଇଯାଇଛି ମହରମ ପର୍ବ। ଏନେଇ ମୁସଲିମ ସମ୍ପ୍ରଦାୟର ଲୋକମାନେ ମହରମର ଦଶମୀ ଆଖଡ଼ା ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରାରେ ୬ଟି ଆଖଡ଼ା ଦଳ ଭାଗ ନେଇଥିଲେ।

ଇସଲାମ କ୍ୟାଲେଣ୍ଡର ପ୍ରଥମ ମାସ ହେଉଛି ମହରମ। ଆଜିର ଦିନରେ ମୁସଲିମ ଧର୍ମଗୁରୁ ପ୍ରଫେଟ ମହମ୍ମଦଙ୍କ ମୋଟ ୭୨ ଜଣ ଵଂଶଜଙ୍କୁ ୟାଜିଦ ସମର୍ଥକଙ୍କ ଦ୍ୱାରା ହତ୍ୟା କରାଯାଇଥିଲା। ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ରାଉରକେଲାରେ ଏହି ଆଖଡ଼ା ଆୟୋଜନ ହୋଇଆସୁଛି।

ମୁସଲିମ ସମ୍ପ୍ରଦାୟର ଲୋକମାନେ ନାଲାରୋଡ଼ ବଡ଼ ମସଜିଦରୁ ବାହାରି ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ। ଶୋଭାଯାତ୍ରା ଯିବା ରାସ୍ତାରେ ଗରିବ ଅସହାୟଙ୍କୁ ଦାନ କରାଯିବା ସହ ଖାଦ୍ୟ ବଣ୍ଟନ କରାଯାଇଥିଲା।

ମହରମ ଶୋଭାଯାତ୍ରାକୁ ନେଇ ପୋଲିସ ପକ୍ଷରୁ ରାଉରକେଲା ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୧୨ ପ୍ଲାଟୁନ ଫୋର୍ସ ମୃତୟନ ହୋଇଥିଲେ।

Comment