ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ବୈଠକ ସୋମବାର ସ୍ଥାନୀୟ ସେବା ସମାଜ ଆଶ୍ରମ ପରିସରରେ ଅନୁଷ୍ଟିତ ହୋଇଯାଇଛି। ପରିଷଦର ରାଜ୍ୟ ଶାଖା ସଭାପତି ଭୃଗୁ ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ୬ଟି ଜିଲ୍ଲାର ବହୁ ନେତୃତ୍ୱବୃନ୍ଦ ଯୋଗ ଦେଇ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ଗମନଗମନ, ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦେବା ପାଇଁ ବୈଠକରେ ଆଲୋଚନା ହୋଇଥିଲା।

ଏହି ବୈଠକରେ ଦକ୍ଷିଣ ଓଡ଼ିଶାର ଉନ୍ନୟନ ପରିଷଦ ଉପସଭାପତି ରାମଚନ୍ଦ୍ର ମିଶ୍ର, ଯୁଗ୍ମ ସମ୍ପାଦକ ବିପିନ୍‌ ବିହାରୀ ପଣ୍ଡା, ନରସିଂହ ପଣ୍ଡା ସମେତ ଅନ୍ୟ ବ୍ୟକ୍ତିମାନେ ଅଂଶ ଗ୍ରହଣ କରିଥିଲେ।

Comment