ଓଡ଼ିଶାଲାଇଭ୍ ବ୍ୟୁରୋ

ତ୍ୱଚାକୁ ଉଜ୍ଜ୍ୱଳ କରିବା ପାଇଁ ସମସ୍ତେ ଚେଷ୍ଟିତ ଥାନ୍ତି। ଏଥିପାଇଁ ଅନେକ ଭିନ୍ନ ଭିନ୍ନ ପ୍ରଡକ୍ଟ ବ୍ୟବହାର କରିଥାନ୍ତି ଏବଂ ପରବର୍ତ୍ତୀ ସମୟରେ ତ୍ୱଚା ଖରାପ ଦେଖାଯାଏ। ତେବେ ଘରୋଇ ଉପାୟରେ କିପରି ନେବା ତ୍ୱଚାର ଯତ୍ନ ଆସନ୍ତୁ ଜାଣିବା…

କମଳା ଚୋପା

କମଳା ଚୋପା ରଙ୍ଗ ସଫା କରିବାରେ ସାହାଯ୍ୟ କରିଥାଏ। କମଳା ଚୋପାକୁ ଖରାରେ ଶୁଖାଇ ପାଉଡର ପ୍ରସ୍ତୁତ କରି ନିଅନ୍ତୁ। ଏହି ପାଉଡରକୁ ପ୍ରତିଦିନ ଗୋଲାପ ଜଳ ମିଶାଇ ଲଗାନ୍ତୁ। ଦେଖିବେ ତ୍ୱଚାର ରଙ୍ଗ ସଫା ଦେଖାଯିବ।

କଞ୍ଚା କ୍ଷୀର

କଞ୍ଚା କ୍ଷୀରରେ କେଶର ମିଶାଇ ଚେହେରାରେ ଲଗାନ୍ତୁ। ଦେଖିବେ ତ୍ୱଚା ଉଜ୍ଜ୍ୱଳ ଲାଗିବ।

ଚାଉଳ

ଚାଉଳର ପେଷ୍ଟ୍ ପ୍ରସ୍ତୁତ କରି ହଳଦୀ ମିଶାଇ ସ୍କିନ୍ ଉପରେ ଲଗାଇଲେ ତ୍ୱଚାର ରଙ୍ଗରେ ପରିବର୍ତ୍ତନ ଆସିଥାଏ।

ଗାଜର ଜୁସ୍

ଗାଜର ଜୁସ୍ରେ ମହୁ ମିଶାଇ ଲଗାନ୍ତୁ। ଶୁଖିଗଲାପରେ ଧୋଇ ନିଅନ୍ତୁ। ଦେଖିବେ ତ୍ୱଚା ଉଜ୍ଜ୍ୱଳ ଦେଖାଯିବ।

ଦହି

ଦହିରେ ହଳଦୀ ପାଉଡ଼ର ମିଶାଇ ତ୍ୱଚା ଉପରେ ଲଗାଇଲେ ଏହା ଫଳପ୍ରଦ ହୋଇଥାଏ।

ନଡ଼ିଆ

ନଡ଼ିଆର ମଲାଇ ତ୍ୱଚାରେ ଲଗାଇ ଛାଡ଼ି ଦିଅନ୍ତୁ। ୧୫ ମିନିଟ୍ ପରେ ଏହାକୁ ଧୋଇ ନିଅନ୍ତୁ। ଦେଖିବେ ତ୍ୱଚା ଉଜ୍ଜ୍ୱଳ ଦେଖାଯିବ।

ଅମୃତଭଣ୍ଡା

ଅମୃତଭଣ୍ଡାର ପେଷ୍ଟ୍ ପ୍ରସ୍ତୁତ କରନ୍ତୁ। ଏହାକୁ ତ୍ୱଚାରେ ଲଗାନ୍ତୁ। ଦେଖିବେ ଆପଣଙ୍କ ତ୍ୱଚା ଉଜ୍ଜ୍ୱଳ ଦିଶିବ।

ବେସନ

ବେସନରେ ଦହି ଏବଂ ଲେମ୍ବୁରସ ମିଶାଇ ଶରୀରରେ ଲଗାଇଲେ ତ୍ୱଚା ଉଜ୍ଜ୍ୱଳ ଦେଖାଯିବା ସହ ସ୍କିନ୍ ପାଇଁ ମଧ୍ୟ ଫାଇଦା ହୋଇଥାଏ।

LEAVE A REPLY

Please enter your comment!
Please enter your name here