ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଦାମ ତେଲ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ ଥାଏ। ଯାହାକି ମସ୍ତିଷ୍କକୁ ସକ୍ରିୟ ରଖିବା ସହିତ ଦେହକୁ ସୁସ୍ଥ ରଖେ। ତେଣୁ ଶୀତଦିନେ ବାଦାମ ତେଲକୁ ଅଧିକ ଭାବେ ବ୍ୟବହାର କଲେ ସୁଫଳ ମିଳିଥାଏ।

ତ୍ୱଚା ପାଇଁ: ବାଦାମ ତେଲକୁ ନିୟମିତ ଭାବେ ବ୍ୟବହାର କଲେ ତ୍ୱଚା ସୁନ୍ଦର ଦିଶିବା ସହିତ ସେଥିରେ ଚମକ ଆସିଥାଏ। କଳାଦାଗକୁ ଏହା ଦୂର କରିଥାଏ। ଏହା ବୟସବୃଦ୍ଧିଜନିତ ଛାପକୁ ଦୂର କରିବା ସହିତ ତ୍ୱଚାର ଟୋନିଂ ବି କରେ। ତ୍ୱଚାର ଶୁଷ୍କପଣକୁ ଦୂର କରି ମୁଲାୟମ କରିଥାଏ।

କେଶ ପାଇଁ: ବାଦାମ ତେଲ କେଶ ପାଇଁ ଖୁବ୍ ଉପାଦେୟ। ଏହାକୁ ନିୟମିତ ଭାବେ ବ୍ୟବହାର କଲେ କେଶ ସୁସ୍ଥ ଏବଂ ମଜଭୁତ ହୋଇଥାଏ। ଏହା କେଶକୁ ଲମ୍ବା ଏବଂ ଘନ ମଧ୍ୟ କରେ। ଶୀତିଦିନେ ସାଧାରଣତଃ କେଶରେ ରୂପି ହେଉଥିବାବେଳେ ବାଦାମ ତେଲ ଲଗାଇଲେ ତାହା ଦୂର ହୋଇଥାଏ।

ହାଡ଼ ହେବ ଶକ୍ତ: ବାଦାମ ତେଲକୁ ନିୟମିତ ଭାବେ ଶରୀରରେ ମାଲିସ କଲେ ହାଡ଼ ଶକ୍ତ ହୋଇଥାଏ। ବିଶେଷ କରି ଛୋଟ ପିଲାମାନଙ୍କ ଶରୀରରେ ଏହାକୁ ମାଲିସ କଲେ ଅଧିକ ସୁଫଳ ମିଳିଥାଏ। ମହିଳାମାନେ ଏହି ତେଲକୁ ନିୟମିତ ଭାବେ ବ୍ୟବହାର କଲେ ଚର୍ମ ରୋଗ ମଧ୍ୟ ଭଲ ହୋଇଥାଏ।

ଭିଟାମିନ ଇରେ ଭରପୁର: ବାଦାମ ତେଲ ଭିଟାମିନ୍ ଇର ଏକ ଭଲ ଉତ୍ସ। ସେହିପରି କିଛି ପରିମାଣରେ ଭିଟାମିନ୍ କେ ମଧ୍ୟ ଏଥିରେ ରହିଥାଏ। ତେଣୁ ଏହାକୁ ସୌନ୍ଦର୍ଯ୍ୟଚର୍ଚ୍ଚାରେ ମଧ୍ୟ ବ୍ୟବହାର କରିହେବ। ବିଶେଷ କରି ଫେସିଆଲ ପରେ ମସାଜ କ୍ରିମ ଭାବେ ଆଲମଣ୍ଡ ଅଏଲ ବ୍ୟବହାର କରାଯାଇଥାଏ।

LEAVE A REPLY

Please enter your comment!
Please enter your name here