ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦର ଆକର୍ଷଣୀୟ ତ୍ଵଚା ପାଇଁ ମହିଳାମାନେ କେତେ କ’ଣ ନ କରୁଛନ୍ତି। ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ବ୍ୟବହାର କରୁଛନ୍ତି। ବିୟୁଟି ପାର୍ଲରରେ ବହୁତ ପଇସା ବି ଖର୍ଚ୍ଚ କରୁଛନ୍ତି। କିନ୍ତୁ କୋମଳ ଏବଂ ଚମକଦାର ତ୍ଵଚାର ରହସ୍ୟ ଘରର ରୋଷେଇ ଘରେ ହିଁ ରହିଛି। ଜାଣନ୍ତୁ କେଉଁ ଉପାୟରେ ଆପଣ ତ୍ଵଚାକୁ ଚମମ୍‌ଦାର କରିପାରିବେ।

ବିଭିନ୍ନ ଗୁଣରେ ଭରପୂର ନଡ଼ିଆ ତେଲରେ ଲେମ୍ବୁ ରସ ମିଶାଇ ଦେଲେ ତାହା ଆହୁରି ଗୁଣକାରୀ ହୋଇଯାଏ। ଗୋଟିଏ ପାତ୍ରରେ ୩ ଚାମଚ ନଡ଼ିଆ ତେଲ ଓ ଅଧା ଲେମ୍ବୁ ରସକୁ ମିଶାଇ ଘୋଳ ପ୍ରସ୍ତୁତ କରନ୍ତୁ। ଏହାକୁ ଗାଧୋଇବା ୧୦ ମିନିଟ୍ ପୂର୍ବରୁ ଦେହରେ, ହାତ, ବେକ, କହୁଣୀ ଆଦି ଜାଗାରେ ହାଲୁକା ଭାବେ ମାଲିସ କରନ୍ତୁ। ଏହା ତ୍ୱଚାରେ ଥିବା ଟ୍ୟାନ୍ ଓ କଳାଦାଗକୁ ଦୂର କରିବ।

ଲେମ୍ବୁ ରସ, ଅଙ୍ଗୁର ରସ, ସେଓ ରସ ଓ ଆଖୁ ରସକୁ ସଠିକ୍ ପରିମାଣରେ ମିଶ୍ରଣ କରି ୫ ମିନିଟ୍ ଯାଏଁ ଶରୀରରେ ମାଲିସ୍ କରନ୍ତୁ। ତ୍ୱଚାର ରଙ୍ଗକୁ ସ୍ଵାଭାବିକ ରଖିବାରେ ଏହା ବେଶ୍‌ ଉପଯୋଗୀ।

ଭିଟାମିନ୍-ଇ ଅଏଲ୍, ଗ୍ଲିସେରିନ୍ କିମ୍ବା ଭେସ୍‌ଲିନ୍‌ର ଏକ ମିଶ୍ରଣ ପ୍ରସ୍ତୁତ କରି ଗାଧୋଇବାର ୧୫-୨୦ ମିନିଟ୍ ପୂର୍ବରୁ ଶରୀରରେ ମାଲିସ କରନ୍ତୁ। ଏହା ଶରୀରକୁ ପ୍ରାକୃତିକ ମଇଶ୍ଚରାଇଜର୍ କରିବା ସହ ତ୍ୱଚାକୁ କୋମଳ ରଖିବ।

Comment