ଓଡ଼ିଶାଲାଇଭ୍ ବ୍ୟୁରୋ

ଲଘୁଚାପ ବର୍ଷା ଯୋଗୁଁ ଦୟା ନଦୀରେ ବନ୍ୟା ଜଳ ପ୍ରଭାହିତ ହେବା ଫଳରେ କଣାସ ଓ ପିପିଲି ବ୍ଲକ୍‌ ପ୍ରବାହିତ ହୋଇଛି। କଣାସ ବ୍ଲକ୍‌ର ପାଖାପାଖି ୩୦ଗାଁ ଜଳବନ୍ଦୀ ହୋଇ ରହିଛି। ବୁଧବାରଠୁ ଏହି ଗାଁ ଜଳବନ୍ଦୀ ହୋଇ ରହିଛି।

ଲୋକମାନଙ୍କ ଯିବା ଆସିବା ପାଇଁ ପ୍ରଶାସନ ୨ଟି ପାଓ୍ୱାର ବୋଟ୍‌ ଯୋଗାଇଦେଇଛି। ଲୋକମାନେଏହି ବୋଟ୍ ସାହାଯ୍ୟରେ ଯାତାୟାତ କରିପାରୁଛନ୍ତି। କିନ୍ତୁ କଣାସ ବ୍ଲକ୍‌ର ୩୦ଟି ଗାଁକୁ ବର୍ତ୍ତମାନ ପର୍ଯ୍ୟନ୍ତ ରିଲିଫ୍‌ ପହଞ୍ଚି ପାରି ନଥିବାରୁ ଅସନ୍ତୋଷ ଦେଖା ଦେଇଛି।

Comment