ଓଡ଼ିଶାଲାଇଭ ବ୍ୟୁରୋ

ଏଣିକି ବ୍ୟବସାୟୀ ଓ ସ୍ଵରୋଜଗାର ବ୍ୟକ୍ତି ପାଇବେ ପେନସନ। କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ପ୍ରାୟ ୩ କୋଟି ବ୍ୟବସାୟୀ ଉପକୃତ ହୋଇପାରିବେ। ନାମାଙ୍କାନ ପାଇଁ ଇଚ୍ଛୁକ ଲୋକମାନେ ନିକଟତମ କମନ ସର୍ଭିସ ସେଣ୍ଟରରେ ନାମାଙ୍କନ କରିପାରିବେ।

ନିକଟତମ କମନ ସର୍ଭିସ ସେଣ୍ଟର ବିଷୟରେ ଜାଣିବା ପାଇଁ www.locator.caccloud.in କୁ ଯାଇପାରିବେ। ଅଥବା ନିଜେ ନାମାଙ୍କନ ପାଇଁ http://maandhan.in/vyapari କୁ ଯାଇ କରିପାରିବେ। ଅଧିକ ସୂଚନା ପାଇଁ ଟୋଲ ଫ୍ରି ନମ୍ଵର – ୧୮୦୦ ୨୬୭ ୬୮୮୮ରେ କଲ କରି ପାରିବେ।

ଯୋଗ୍ୟତା  

  • ବ୍ୟବସାୟୀଙ୍କ ବୟସ ୧୮ରୁ ୪୦ ବର୍ଷ ହୋଇଥିବ।
  • ବାର୍ଷିକ ଟର୍ଣ୍ଣ ଓଭର
  • ବାର୍ଷିକ ଟର୍ଣ୍ଣ ଓଭର ୧.୫କୋଟିରୁ କମ ହୋଇଥିବ।
  • କୋଟିରୁ କମ ହୋଇଥିବ।
  • ଇପିଏଫଓ, ଇଏସଆଇସି, ଏନପିଏସ(ସରକାରୀ ପାଣ୍ଠି) ପିଏମ ଏସଓ୍ଵାଇଏମର ସଦସ୍ୟ ବା ଆୟକର ଦାତା ହୋଇନଥିବେ।

ନାମାଙ୍କନ ପ୍ରକ୍ରିୟା

  • ନିଜର ଆଧାରକାର୍ଡ ଓ ସଞ୍ଚୟ/ ଜନଧନ ଖାତା ପାସବୁକ ସହ ନିକଟତମ କମନ ସର୍ଭିସ ସେଣ୍ଟରକୁ ଯାଆନ୍ତୁ।
  • ସେଣ୍ଟରରେ ଆପଣଙ୍କ ବୟସ ହିସାବରେ ମାସିକ ଯୋଗଦାନର ଟଙ୍କା ୫୫ରୁ ୨୦୦ ନିର୍ଦ୍ଧାରଣ କରାଯିବ।
  • ଆପଣଙ୍କ ପ୍ରଥମ ମାସିକ ଯୋଗଦାନ ନଗଦ ଭାବରେ କମନ ସର୍ଭିସ ସେଣ୍ଟରକୁ ଦିଅନ୍ତୁ।
  • ନାମାଙ୍କନ ଓ ଅଟୋ ଡେବିଟ ମାଣ୍ଡେଟ ଉପରେ ସ୍ଵାକ୍ଷାର କରନ୍ତୁ।

Comment