ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାୟଗଡା ରେଳ ଷ୍ଟେସନକୁ ଡିଭିଜନର ମାନ୍ୟତା ମିଳିବା ପରେ ରେଳବାଇ କର୍ତ୍ତୃପକ୍ଷ ବେଶ୍ ତତ୍ପର ହୋଇଉଠିଛି। ରେଳ ଷ୍ଟେସନରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ସହିତ ଷ୍ଟେସନ୍ ପରିସରରେ ଥିବା ସମସ୍ତ ଉଠା ଦୋକାନୀକୁ କର୍ତ୍ତୃପକ୍ଷଙ୍କ ଦ୍ୱାରା ଉଚ୍ଛେଦ କରାଯାଇଛି।

ତେବେ ସ୍ଥିତିର ଅନୁଧ୍ୟାନ କରିବା ପାଇଁ ଶୁକ୍ରବାର ପୂର୍ବତଟ ରେଳବାଇ ଜିଏମ୍ ବିଦ୍ୟାଭୂଷଣ ଏବଂ ୱାଲଟିୟର୍ ଡିଭିଜନ୍ ଡିଆରଏମ୍ ଚେତନ କୁମାର ଶ୍ରୀବାସ୍ତବ ରାୟଗଡ଼ାରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଦୁଇ ଜଣ ବରିଷ୍ଠ ଅଧିକାରୀ ଆଜି ସକାଳୁ ଷ୍ଟେସନରେ ପହଞ୍ଚି ଷ୍ଟେସନ୍ ପରିସରକୁ ବୁଲି ଦେଖିଥିଲେ। କେଉଁ ସ୍ଥାନରେ ଡିଆରଏମ୍ କାର୍ଯ୍ୟାଳୟ ହେବ ଏବଂ ଅନ୍ୟାନ୍ୟ ବିଭାଗ ପାଇଁ କଣ ରୂପରେଖ ରହିବ ତାକୁ ନେଇ ସମୀକ୍ଷା କରିଥିଲେ।

ଦୀର୍ଘ ୩ ଘଣ୍ଟା ଧରି ଏହି ଦୁଇ ବରିଷ୍ଠ ଅଧିକାରୀ ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ଆସନ୍ତା ଦୁଇ ମାସ ମଧ୍ୟରେ ବିଭିନ୍ନ କୋଠା ନିର୍ମାଣ କରିବା ପାଇଁ ଟେଣ୍ଡର ପ୍ରକ୍ରିଆ ଆରମ୍ଭ ହେବ ବୋଲି ଜିଏମ୍ କହିଛନ୍ତି।

Comment