ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ଜିଲ୍ଲାରେ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। ନାୟକଗୁଡ଼ା ଅପଗ୍ରେଡ୍‌ ସ୍କୁଲ ହଷ୍ଟେଲରେ ପିଲାଙ୍କୁ ଠିକ୍‌ରେ ଖାଇବା ମିଳୁ ନଥିବାରୁ ପିଲାମାନେ ଆଜି ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି।

ପିଲାମାନେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ହଷ୍ଟେଲରେ ଠିକ୍‌ରେ ଖାଇବା ଯୋଗାଇ ଦେବାକୁ ପିଲାମାନେ ଦାବି କରିଛନ୍ତି।

ଜାତୀୟ ରାଜପଥ ଅବରୋଧ ଯୋଗୁଁ ଗାଡ଼ି ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା। ପିଲାମାନେ ଜାତୀୟ ରାଜପଥରେ ବସି ରହିବାରୁ ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା। ମାଲକାନଗିରି-ମୋଟୁ ରାସ୍ତାରେ ଯିବା ଆସିବା ଠପ୍‌ ହୋଇଯାଇଥିଲା।

ପିଲାମାନେ ଧାରଣାରେ ବସି ରହିଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କର ଦେଖା ମିଳି ନଥିଲା। ପିଲାମାନେ ରାଜପଥରେ ଧାରଣାରେ ବସି ରହିଥିଲେ। ହଷ୍ଟେଲରେ ଖାଇବା ମିଳୁ ନଥିବା ଅଭିଯୋଗକୁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଖଣ୍ଡନ କରିଛନ୍ତି।

Comment