ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତା ଆୟୁଷ୍ମାନଙ୍କ ଆଜି ଜନ୍ମଦିନ। ୧୯୮୪ ଚଣ୍ଡିଗଡ଼ରେ ଜନ୍ମ ହୋଇଥିବା ଏହି ଜବ୍‌ରା ଅଭିନେତା ଆଜି ତାଙ୍କ ୩୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେୂ ଆମେ ଆପଣଙ୍କ କହିବୁ ଆୟୁଷ୍ମାନଙ୍କ ସେହି ଫିଲ୍ମ ବିଷୟରେ ଯେଉଁଥିରେ ତାଙ୍କ ଅଭିନୟ ଚାର୍‌ ଚାନ୍ଦ୍‌ ଲଗାଇଛି।

ବିକି ଡୋନର– ଆୟୁଷ୍ମାନଙ୍କର ଏହାଥିଲା ପ୍ରଥମ ଫିଲ୍ମ। ୨୦୧୨ରେ ରିଲିଜ ହୋଇଥିବା ଆୟୁଷ୍ମାନଙ୍କ ଏହି ପ୍ରଥମ ଫିଲ୍ମ ହିଟ୍‌ ହୋଇଥିଲା। ଏଥିରେ ଅଭିନେତ୍ରୀ ୟମି ଗୌତମ, ଅନୁ କପୁର ମଧ୍ୟ ଥିଲେ। ଏହାକୁ ନ୍ୟାସନାଲ ଫିଲ୍ମ ଆଓ୍ୱାର୍ଡ ମିଳିଥିଲା।

 ଅନ୍ଧାଧୂନ – ୨୦୧୮ରେ ରିଲିଜ ହୋଇଥିଲା ଅନ୍ଧାଧୂନ। ଏହା ଏକ କମେଡି କ୍ରାଇମ ଥ୍ରିଲର ଫିଲ୍ମ। ଏଥିରେ ଆୟୁଷ୍ମାନ ଜଣେ ଅନ୍ଧ ଭୂମିକାରେ ଅଭିନୟ କରିଥିଲେ। ଏହା ସୁପୁରହିଟ ହୋଇଥିଲା। ଏହି ଫିଲ୍ମ ପାଇଁ ଆୟୁଷ୍ମାନ ବେଷ୍ଟ ଆକ୍ଟର ଆଓ୍ୱାର୍ଡ ପାଇଛନ୍ତି।

ବଧାଇ ହୋ– ଏହି ଫିଲ୍ମରେ ଅଭିନେତା ଆୟୁଷ୍ମାନ ଖୁରାନା ଓ ଦଙ୍ଗଲ୍ ଫେମ୍ ସାନ୍ୟା ମଲହୋତ୍ରାଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିଥିଲା। ବିନିତ୍ ଜୈନ୍, ଅଲିୟା ସୈନଙ୍କ ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଅମିତ୍ ରବିନ୍ଦ୍ରନାଥ ଶର୍ମା। ଏଥିରେ ଆୟୁଷ୍ମାନଙ୍କ ଜବରଦସ୍ତ ଆକ୍ଟିଂ ଦେଖିବାକୁ ମିଳିଥିଲା।

ବରେଲି କି ବର୍ଫି – ୨୦୧୭ରେ ଏହି ଫିଲ୍ମ ଆସିଥିଲା। ଏଥିରେ ଆୟୁଷ୍ମାନଙ୍କ ସହିତ ରାଜମୁକାର ରାଓଙ୍କ ଯୋଡ଼ି ଦେଖିବାକୁ ମିଳିଥିଲା। ଏହା ଏକ ରୋମଣ୍ଟିକ କମେଡି ଫିଲ୍ମ ଥିଲା।

ଆର୍ଟିକିଲ ୧୫- ଡ୍ରିମଗାର୍ଲ ପୂର୍ବରୁ  ଆୟୁଷ୍ମାନଙ୍କ ଆର୍ଟିକିଲ ୧୫ ରିଲିଜ ହୋଇଥିଲା। ଏଥିରେ ଆୟୁଷ୍ମାନ ଜଣେ ପୋଲିସ ଅଫିସର ଭୂମିକାରେ ଆସିଥିଲେ।

Comment