ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୭ରୁ ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଫିଲ୍ମ ଦେଉଥିବା ଆୟୁଷ୍ମାନ ଖୁରାନାଙ୍କ ଆଉ ଏକ ହିଟ୍‌ ଫିଲ୍ମ ଶୁକ୍ରବାର ରିଲିଜ ହୋଇଛି। ଚନ୍ଦାପଣକୁ ନେଇ ନିର୍ମିତ ଆୟୁଷ୍ମାନଙ୍କ ଅଭିନୀତ ଫିଲ୍ମ ‘‘ବାଲା’’ ରିଲିଜ ହେବାର ପ୍ରଥମ ଦିନରେ ୧୦ କୋଟି ଟଙ୍କା ଆୟ କରିବ ବୋଲି ଟ୍ରେଡ ଆନାଲିସିଷ୍ଟ ଅନୁମାନ କରିଛନ୍ତି।

ନେଶ ବିଜାନ ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଥିବା ବେଳେ ଅମର କୌଶିକ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ଫିଲ୍ମରେ ଆୟୁଷ୍ମାନଙ୍କ ସହିତ ଭୂମି ପେଡ୍‌ନେକର, ୟାମି ଗୌତମ, ଜାଭେଦ ଜେଫ୍ରି ବିଭିନ୍ନ ଭୂମିକାରେ ଅଛନ୍ତି।

Comment