ଓଡ଼ିଶାଲାଇଭ ବ୍ୟୁରୋ   

ପୋଲିସ ଟାର୍ଗେଟରେ ଦୁର୍ଦ୍ଦାନ୍ତ ଅପରାଧୀ। ଗୋଡ଼େଇ ଗୋଡ଼େଇ କଲେ ଏନକାଉଣ୍ଟର। ଆଜି ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଛୁଆଳିବେରେଣାଠାରେ। ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ସହଯୋଗୀ ବିନୋଦ ପ୍ରସାଦକୁ ଏନକାଉଣ୍ଟର କରିଛି ପୋଲିସ। ବିନୋଦର ଡାହଣା ଗୋଡ଼ରେ ଗୁଳି ବାଜିଛି।

ସୋନୁ ଘୋଷର ସହଯୋଗୀ ବିନୋଦ ଅପରାଧ ଘଟାଇବାର ଯୋଜନା କରୁଥିବାର ଖବର ପାଇ ବ୍ରଜରାଜନଗର ପୋଲିସ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ପ୍ରଥମେ ବିନୋଦ ପୋଲିସ ଉପରକୁ ଏକ ରାଉଣ୍ଡ ଗୁଳି ଚଳାଇଥିଲା। ଫଳରେ ପୋଲିସର ପାଲଟା ଆକ୍ରମଣରେ ବିନୋଦ ଆହତ ହୋଇଥିଲା।

ବିନୋଦକୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିନୋଦ ନାଁରେ ଝାରସୁଗୁଡ଼ାର ବିଭିନ୍ନ ଥାନାରେ ଅନେକ ଅପରାଧୀକ ମାମଲା ରହିଛି। ସେ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ସହଯୋଗୀ।

Comment