ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରମୁଣ୍ଡାରୁ କଟକ ଯାଉଥିବା ବସ୍‌ ଏଣିକି ସବୁ ଛକରେ କରିପାରିବେନି ଷ୍ଟପେଜ୍। ବରମୁଣ୍ଡାରୁ ବସ୍‌ ବାହାରି ସିଧା ଫ୍ଲାଏଓଭରବ୍ରିଜରେ କଟକ ଯିବ। କେବଳ କ୍ରାଉନ ହୋଟେଲ ଛକ ଏବଂ ସତ୍‌ସଙ୍ଗ ବିହାର ଛକରେ ବସ୍‌ ଷ୍ଟପେଜ କରିବ।

ଯାତ୍ରୀମାନେ ଏହି ଦୁଇଟି ଷ୍ଟପେଜ୍‌ରେ ବସ୍‌ରେ ଚଢ଼ି ପାରିବେ ଏବଂ ଓହ୍ଲାଇ ପାରିବେ। ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଯେଉଁ ବସ୍‌ ନିୟମ ନମାନିବେ ସେମାନଙ୍କଠାରୁ ୧୦୦୦ ଟଙ୍କା ଜରିମାନା ଆଦାୟ କରାଯିବ।

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଭୁବନେଶ୍ୱରରେ କଡ଼ାକଡ଼ି ହୋଇଛି ଟ୍ରାଫିକ ନିୟମ। ନୂଆ ଆଇନ ଅନୁସାରେ ନିୟମ ଉଲ୍ଲଂଘନକାରୀଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଭୁବନେଶ୍ୱରର ପ୍ରମୁଖ ଛକରେ ବସ୍ ରହୁ ଥିବାରୁ ଟ୍ରାଫିକ୍‌ ଜାମ୍ ରହୁଥିଲା। ଏଣୁ ଏସବୁକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

Comment