ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଆଜିର ପ୍ରମୁଖ ଖବର।

ପ୍ରଧାନମନ୍ତ୍ରୀଙ୍କୁ ବାଲୁକା କଳା ମାଧ୍ୟମରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ୬୯ତମ ଜନ୍ମଦିନ। ତାଙ୍କ ଜନ୍ମଦିନ ଉପଲକ୍ଷେ ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ଅବସରରେ ଏକ ସୁନ୍ଦର ଉପହାର ଦେଇଛନ୍ତି ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବାଳୁକାକଳା ମାଧ୍ୟମରେ ମୋଦୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି ସୁଦର୍ଶନ।

ନାଁ ବଡ଼ ହେଲେ ଦିନିକିଆରେ କରିଛନ୍ତି ମାତ୍ର ଗୋଟିଏ ଶତକ

କ୍ରିକେଟରେ ଭାରତର ସ୍ଥାନ ଏବେ ବହୁତ ଉପରେ। ନିଜ ଖେଳାଳିମାନଙ୍କ ପ୍ରଦର୍ଶନ ଯୋଗୁଁ ଦଳ ଦିନିକିଆ, ଟେଷ୍ଟ ଓ ଟେ-୨୦ରେ ନିଜ ଦବଦବା ରଖିଛି। ଅନ୍ତର୍ଜାତୀୟ ସ୍ତରରେ ଭାରତ ଆସିବା ପରଠୁ ଅନେକ କିମ୍ଵଦନ୍ତୀ କ୍ରିକେଟର ଭାରତ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି।

୬୯ ଛୁଇଁଲେ ମୋଦୀ, ପ୍ରଧାନମନ୍ତ୍ରୀ ହେବା ଦିନରୁ ଥରେ ବି ହୋଇ ନାହାନ୍ତି ଅସୁସ୍ଥ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ୬୯ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ସୋସିଆଲ ମିଡିଆରେ ଦେଶର କୋଣ ଅନୁକୋଣରୁ ଦେଶବାସୀ ମୋଦୀଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

ହାପି ବାର୍ଥ ଡେ’ ଆକାଶ

ଓଲିଉଡ୍ ଅଭିନେତା ତଥା ରାଜନେତା ଆକାଶ ଦାସ ନାୟକଙ୍କ ଆଜି ଜନ୍ମଦିନ। ୧୯୮୧ ମସିହାରେ ଆଜିର ଦିନରେ ଯାଜପୁର ରୋଡ୍‌ରେ ଜନ୍ମିତ ଆକାଶ ୩୮ ବର୍ଷ ବୟସରେ ପାଦ ଦେଇଛନ୍ତି।

ପୁରୁଣା ଭୁବନେଶ୍ୱରରେ କଟକ ତାରକସିର ଝଲକ

ଏଣିକି ଭୁବନେଶ୍ୱରରେ ଦେଖିବାକୁ ମିଳିବ କଟକ ଭଳି ଚାନ୍ଦିମେଢ଼। ଦୁର୍ଗତୀନାଶିନୀଙ୍କ ଆଗମନରେ ଚାରିଆଡ଼େ ପ୍ରସ୍ତୁତି ଚାଲିଛି। ସେଥିପାଇଁ ସାଜସଜାରେ ମାତିଛନ୍ତି ସବୁ ପୂଜା କମିଟି। ବିଶାଳକାୟକୁ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସିବ ପୂଜା ମଣ୍ଡପ। ଏଥର କଟକର ଚାନ୍ଦିମେଢ଼କୁ ବି ଭୁବନେଶ୍ୱରରେ ଆଣିବାକୁ ଚେଷ୍ଟା କରିଛନ୍ତି ପୁରୁଣା ଭୁବନେଶ୍ୱରର ବ୍ରାହ୍ମଣନିଯୋଗ ଦୁର୍ଗାପୂଜା କମିଟି।

ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା – ଚଳଚଞ୍ଚଳ ପାରାଦୀପ

ଆଜି ବିଶ୍ୱକର୍ମା ପୂଜା। ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଆଗମନରେ ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ। ବିଶ୍ୱକର୍ମାଙ୍କ ପୂଜା ପାଇଁ ବିଭିନ୍ନ ସ୍ଥାନରେ ହୋଇଛି ଜୋରଦାର ପ୍ରସ୍ତୁତି। ଚଳିତ ବର୍ଷ ପ୍ରାୟ ୨୦ରୁ ଅଧିକ ମଣ୍ଡପରେ ପୂଜା ପାଉଛନ୍ତି ଦେବଶିଳ୍ପୀ ବିଶ୍ୱକର୍ମା।

Comment