ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ବିଶ୍ୱକର୍ମା ପୂଜା। ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଆଗମନରେ ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ। ବିଶ୍ୱକର୍ମାଙ୍କ ପୂଜା ପାଇଁ ବିଭିନ୍ନ ସ୍ଥାନରେ ହୋଇଛି ଜୋରଦାର ପ୍ରସ୍ତୁତି। ଚଳିତ ବର୍ଷ ପ୍ରାୟ ୨୦ରୁ ଅଧିକ ମଣ୍ଡପରେ ପୂଜା ପାଉଛନ୍ତି ଦେବଶିଳ୍ପୀ ବିଶ୍ୱକର୍ମା।

ବିଭିନ୍ନ ପୂଜା ମଣ୍ଡପରେ  ଉଚ୍ଚା ଉଚ୍ଚା ତୋରଣ ସାଙ୍ଗକୁ ଭିନ୍ନ ଭିନ୍ନ ଡିଜାଇନ ମଧ୍ୟ ଦେଖିବାକୁ ମିଳିଛି। କେଉଁଠି ଛତ୍ରପତି ଶିବାଜୀ ଟର୍ମିନାଲ ଭଳି ତୋରଣ ତିଆରି ହୋଇଛି ତ ଆଉ କେଉଁଠି କାଚ, ଝୋଟକୁ ବ୍ୟବହାର କରି ତୋରଣ ତିଆରି ହୋଇଛି। ଏହି ତୋରଣ ବିଶ୍ୱକର୍ମା ପୂଜାରେ ଦେଖଣାହାରୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆଲୋକ ସଜ୍ଜାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ଡିଜେର ମାତ୍ରାଧିକ ବ୍ୟବହାର କିପରି ନହେବ ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା ପୂଜା କମିଟିର ସଭାପତି କହିଛନ୍ତି।

Comment