ଓଡ଼ିଶାଲାଇଭ ବ୍ୟୁରୋ

କେନ୍ଦ୍ର ମହିଳା କମିଶନ ସଦସ୍ୟ ଚନ୍ଦ୍ରମୁଖୀ ଦେବୀ ଆଜି ରାୟଗଡ଼ା ଜିଲ୍ଲା ଗସ୍ତ କରିଛନ୍ତି। ଏହି ଗସ୍ତରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ରାୟଗଡା ଜିଲ୍ଲାରେ କିପରି କାର୍ଯ୍ୟକାରୀ କରାଯାଉଛି ସେନେଇ ସମୀକ୍ଷା କରିଛନ୍ତି। ଏହାସହ ଜିଲ୍ଲାର ବିଭିନ୍ନସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ଡିଆରଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ କମିଶନ ସଦସ୍ୟା ଜିଲ୍ଲାରେ ଶିଶୁ ଓ ମାତୃ ମୃତ୍ୟୁହାର, ବାଲ୍ୟବିବାହ ଓ କୁସଂସ୍କାର ସଂପର୍କରେ ଜାଣିବାକୁ ଚାହିଁଥିଲେ। ସେହିପରି ନାରୀ ନିର୍ଯ୍ୟାତନା ଓ ପାଠ ଛାଡିଥିବା ପିଲାମାନଙ୍କୁ ସ୍କୁଲରେ କିପରି ନାମଲେଖାଇବା ସହ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଖେଳ ସାରଞ୍ଜାମ ପ୍ରଦାନ କରାଯାଉଛି କି ନାହିଁ ସେ ନେଇ ଆଲୋଚନା କରିଥିଲେ।

ଏହି ସମୀକ୍ଷା ବୈଠକରେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା,ଏସପି ଶର୍ବଣା ବିବେକ୍.ଏମ୍, ଡିଆରଡିଏ ର ପ୍ରକଳ୍ପ ନିର୍ଦେଶକ ଅମ୍ରିତ ଋତୁରାଜ ଙ୍କ ସମେତ ଜିଲ୍ଲାର ବରଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comment