ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ଅକ୍ଟୋବର ୧୫ରେ ‘ଗୁଗଲ’ ପକ୍ଷରୁ ନ୍ୟୁୟର୍କରେ ଏକ ହାର୍ଡୱେର୍ ଇଭେଣ୍ଟ୍‌ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ଗୁଗଲର ଦୁଇଟି ସ୍ମାର୍ଟଫୋନ ପିକ୍ସେଲ ୪ ଏବଂ ପିକ୍ସେଲ ୪ଏକ୍ସଏଲ ଲଞ୍ଚ ହୋଇପାରେ। ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ଏହାକୁ ନେଇ କିଛି ଖବର ସାମ୍ନାକୁ ଆସିଛି।

ଖୁବ୍‌ଶୀଘ୍ର କମ୍ପାନି ପକ୍ଷରୁ ପିକ୍ସେଲ ୪ ସିରିଜ ବ୍ୟତୀତ ପିକ୍ସେଲବୁକ୍‌୨, ନୂଆ ହାର୍ଡୱେର ଏବଂ ଅପ୍‌ଡେଟେଟେଡ୍‌ କ୍ରୋମୋକାଷ୍ଟ ଲଞ୍ଚ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ଏନେଇ ଗୁଗଲ ପକ୍ଷରୁ ଘୋଷଣା କରାଯିବା ସହିତ ଏକ ଭିଡିଓରେ ପିକ୍ସେଲ ୪ର କ୍ୟାମେରାକୁ ଆଇଫୋନ ଏକ୍ସଏସ୍‌ ମ୍ୟାକ୍ସ ର କ୍ୟାମେରା ସହ ତୁଳନା କରାଯାଇଛି। ଅନ୍ୟପକ୍ଷରେ ନେଟ୍‌ଫ୍ଲିକ୍ସରେ ପିକ୍ସେଲ ୪ ସିରିଜ୍‌କୁ ଏଚ୍‌ଡି ଏବଂ ଏଚ୍‌ଡିଆର୍‌୧୦ ସପୋର୍ଟ ତାଲିକାରେ ରଖାଯାଇଛି।

ସେହିପରି ୟୁଟ୍ୟୁବ୍‌ ପକ୍ଷରୁ ୧୫ ଅକ୍ଟୋବରରେ ହେବାକୁଥିବା ଗୁଗଲର ଏହି କାର୍ଯ୍ୟକ୍ରମର ସଧାପ୍ରସାରଣ କରାଯିବ। ଏସମସ୍ତ ସୂଚନା ଏବଂ ହାର୍ଡୱେର୍ ଇଭେଣ୍ଟ୍‌ର ସିଧାପ୍ରସାରଣକୁ ଦୃଷ୍ଟିରେ ରଖିଲେ ଏହି ଅବସରରେ ପିକ୍ସେଲ ୪ ସିରିଜ ଲଞ୍ଚ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Comment