ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସଖୀ କେନ୍ଦ୍ରକୁ (ୱାନ ଷ୍ଟପ ସେଣ୍ଟର) ମଙ୍ଗଳବାର ଜିଲ୍ଲାପାଳ ଅଚାନକ ଗସ୍ତ କରିଥିଲେ। ସଖୀର ଏହି କେନ୍ଦ୍ର ଠିକ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ ପ୍ରମୋଦ ବେହେରା ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।

କେନ୍ଦ୍ରର ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ ହିତାଧିକାରୀଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ରଖିବା ପାଇଁ ଉକ୍ତ କେନ୍ଦ୍ରର ସମ୍ପୃକ୍ତ ଅଧିକାରୀଙ୍କୁ ତାଗିଦ କରିଥିଲେ।

ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ଦ୍ୱାରା ପରିଚାଳିତ ଏହି କେନ୍ଦ୍ରରେ ନିର୍ଯାତିତା ମହିଳା, ପାରିବାରିକ ହିଂସା, ଦୁଷ୍କର୍ମର ଶିକାର ମହିଳାଙ୍କୁ ଏବଂ ଏସିଡ ଆକ୍ରମଣ ତଥା ଯୌନ ଉତ୍ପୀଡନ, ବାଲ୍ୟ ବିବାହ, ଯୌତୁକ ନିର୍ଯାତନ ଭଳି ଘଟଣାରେ ପୀଡ଼ିତା ମହିଳା ଓ ୧୮ ବର୍ଷରୁ କମ ବୟସର ଝିଅଙ୍କୁ ଡାକ୍ତରୀ ଓ ପୋଲିସ ସହାୟତା ସହ ମାଗଣାରେ ଆଶ୍ରୟ ପ୍ରଦାନ କରାଯିବା ପାଇଁ ଏହି ୱାନ ଷ୍ଟପ କେନ୍ଦ୍ର ତିଆରି ହୋଇଛି।

ଏହି କେନ୍ଦ୍ରକୁ ଯୋଗାଯୋଗ କରିବା ପାଇଁ – ୯୪୩୮୫୩୦୮୩୦ ଫୋନ ନମ୍ବରଟି ରଖାଯାଇଛି।

Comment