ଓଡ଼ିଶାଲାଇଭ୍‌ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) : ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ‘ସଖୀ’ ୱାନ ଷ୍ଟପ ସେଣ୍ଟର ଉଦଘାଟିତ ହୋଇଛି। ରାଜ୍ୟ ସରକାରଙ୍କ ଜଳସେଚନ ଏବଂ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କେନ୍ଦ୍ରର ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ,  ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର , ନବରଙ୍ଗପୁର ଏସପି ପ୍ରହଲ୍ଲାଦ ସାହାଇ ମିନା , ନବରଙ୍ଗପୁର ତହସିଲଦାର ରବୀନ୍ଦ୍ର କୁମାର ରାଉତ ଯୋଗ ଦେଇଥିଲ।

ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ଦ୍ୱାରା ପରିଚାଳିତ ଏହି କେନ୍ଦ୍ରରେ ନିର୍ଯାତିତା ମହିଳା, ପାରିବାରିକ ହିଂସା, ଦୁଷ୍କର୍ମର ଶିକାର ମହିଳାଙ୍କୁ ଏବଂ ଏସିଡ ଆକ୍ରମଣ ତଥା ଯୌନ ଉତ୍ପୀଡନ, ବାଲ୍ୟ ବିବାହ, ଯୌତୁକ ନିର୍ଯାତନ ଭଳି ଘଟଣାରେ ପୀଡ଼ିତା ମହିଳା ଓ ୧୮ ବର୍ଷରୁ କମ ବୟସର ଝିଅଙ୍କୁ ଡାକ୍ତରୀ ଓ ପୋଲିସ ସହାୟତା ସହ ମାଗଣାରେ ଆଶ୍ରୟ ପ୍ରଦାନ କରାଯିବା ପାଇଁ ଏହି କେନ୍ଦ୍ର ତିଆରି ହୋଇଛି।

ମହିଳାଙ୍କୁ ଉଚିତ ନ୍ୟାୟ ଦେଇ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବା ଏବଂ ଆବଶ୍ୟକ ସ୍ଥଳେ ପୋଲିସ , ଓକିଲ , ସ୍ୱଳ୍ପ କାଳୀନ ଆବାସିକ ବ୍ୟବସ୍ଥା , ଡାକ୍ତରଙ୍କ ଚିକିତ୍ସା ସହ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବା ଏହି କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଏହି ସେଣ୍ଟରର ଲିଗାଲ ଆଡଭାଇଜର  କିଶୋରୀ ପଟ୍ଟନାୟକ।

ଆଜିର ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଚିକିତ୍ସା ଅଧିକାରୀ ରୂପସି ନାୟକ, ଏନଆରଏଚଏମ ଏଇ ବିଶ୍ୱ ଷଡଙ୍ଗୀ, ଆଇଟି ଡିଏ ଏଇ ଶରତ ଚନ୍ଦ୍ର ମାଝୀ,  ସେଣ୍ଟର ନିର୍ଦ୍ଦେଶକ ସୁଧୀର କୁମାର ସାବତ, କେନ୍ଦ୍ର ପରିଚାଳିକା ମାନଶ୍ୱିନୀ ବେହେରା, କମ୍ପ୍ୟୁଟର ପରିଚାଳିକା ଜ୍ୟୋତିର୍ମୟୀ ମହାନ୍ତି, ଆଇନ ପରାମର୍ଶଦାତା କିଶୋରୀ ପଟ୍ଟନାୟକ, କାଉଁସଲେର ରଞ୍ଜିତା ସାହୁ, ସ୍ମରଣିକା ପଟ୍ଟନାୟକ, ସ୍ୱାସ୍ଥ୍ୟ ସେବୀ ସୌଦାମିନୀ ବୋଇପାରି, ମଲ୍ଟିପରପୋଜ ୱାର୍କର  ଟୁନି କନ୍ଧପ।ନ, କେସ ୱାର୍କର ରଶ୍ମିତା ନାୟକ, ମଧୁସ୍ମିତା ନାୟକ, ଡିସେମ୍ବର ହରିଜନ, ସିକ୍ୟୁରୀଟି ଗାର୍ଡ ସସ୍ମିତା କଙ୍କରା ପ୍ରମୁଖ ଉପସ୍ଥିତ ରହି ଥିଲେ।

Comment