ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାରେ ପୁଣି ଦେଖାଯାଇଛି ଜନନୀ ଯନ୍ତ୍ରଣା। ଅସହ୍ୟ ଗର୍ଭ ଯନ୍ତ୍ରଣା ମଧ୍ୟରେ ଜଣେ ଗର୍ଭବତୀ ତିନି କିଲୋମିଟର ଚାଲିବା ପରେ ହସ୍ପିଟାଲରେ ପହଞ୍ଚି ଗୋଟିଏ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।ରାୟଗଡ଼ା ଜିଲ୍ଲା ତାଡେମା ପଞ୍ଚାୟତର ସରାପାଡ଼ି ଗାଁର ସୁନା ହୁଇକା ନାମକ ମହିଳା ଗର୍ଭବତୀ ଥିଲେ। ଶନିବାର ଦିନ ତାଙ୍କର ଗର୍ଭ ଯନ୍ତ୍ରଣୀ ଆରମ୍ଭ ହେବାରୁ ସେ ହସ୍ପିଟାଲ ଯିବା ପାଇଁ ଗାଁ’କୁ ଆମ୍ବୁଲାନ୍ସ ଡାକିଥିଲେ। କିନ୍ତୁ ଗାଁ’କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିନଥିଲା। ଏହାପରେ ଗର୍ଭବତୀ ମହିଳା ଜଣକ ତିନି କିଲୋମିଟର ରାସ୍ତା ଚାଲିଚାଲି ଯାଇଥିଲେ। ଏହାପରେ ସେଠାରୁ ଝଞ୍ଜାବତୀ ନଦୀ ପାର ହୋଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ।ହସ୍ପିଟାଲରେ ପହଞ୍ଚିବା ପରେ ସୁନା ହୁଇକା ଗୋଟିଏ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏହି ଘଟଣା ଶୁଣିବା ପରେ ରାୟଗଡ଼ା ଜିଲ୍ଲାପାଳ ସୁନା ହୁଇକାଙ୍କୁ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି। ବର୍ତ୍ତମାନ ଉଭୟ ଶିଶୁ ଓ ମାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି ବୋଲି ସୂଚନା ମିଳିଛି।

Comment