ଓଡ଼ିଶାଲାଇଭ ବ୍ୟୁରୋ

ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୱାନ୍‍ ଷ୍ଟପ ସେଣ୍ଟର(ସଖୀ କେନ୍ଦ୍ର) ଉଦ୍‍ଘାଟିତ ହୋଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି, ଜନଜାତି ଏବଂ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା। ସମ୍ମାନିତ ଅତିଥି ରୂପେ ରାଜ୍ୟସଭା ସାଂସଦ ଏନ୍‍ଭଷ୍କର ରାଓ, ପୂର୍ବତନ ସାଂସଦ ଝିନ୍ନ ହିକ୍କା, ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତଙ୍କ ଉପସ୍ଥିତିରେ  ୱାନ ଷ୍ଟପ କେନ୍ଦ୍ରକୁ ଅନୁଷ୍ଠାନିକ ଭାବେ ଉଦ୍‍ଘାଟନ କରାଯାଇଥିଲା।

ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ଦ୍ୱାରା ପରିଚାଳିତ ଏହି କେନ୍ଦ୍ରରେ ନିର୍ଯାତିତା ମହିଳା, ପାରିବାରିକ ହିଂସା, ଦୁଷ୍କର୍ମର ଶିକାର ମହିଳାଙ୍କୁ ଏବଂ ଏସିଡ ଆକ୍ରମଣ ତଥା ଯୌନ ଉତ୍ପୀଡନ, ବାଲ୍ୟ ବିବାହ, ଯୌତୁକ ନିର୍ଯାତନ ଭଳି ଘଟଣାରେ ପଡ଼ିତା ମହିଳା ଓ ୧୮ ବର୍ଷରୁ କମ ବୟସର ଝିଅଙ୍କୁ ଡାକ୍ତରୀ ଓ ପୋଲିସ ସହାୟତା ସହ ମାଗଣାରେ ଆଶ୍ରୟ ପ୍ରଦାନ କରାଯିବା ଯିବା ପାଇଁ ଏହି ୱାନ ଷ୍ଟପ କେନ୍ଦ୍ର ତିଆରି ହୋଇଛି।

ଏହି କେନ୍ଦ୍ରକୁ ଯୋଗାଯୋଗ କରିବା ପାଇଁ – ୯୪୩୮୫୩୦୮୩୦ ଫୋନ ନମ୍ବରଟି ରଖାଯାଇଛି। କେନ୍ଦ୍ରଟି ଭୁବନେଶ୍ୱରସ୍ଥିତ ଯୁବ ଜ୍ୟୋତି ଯୁବକ ସଂଘ ଦ୍ୱାରା ପରିଚାଳତ ହେବା ନେଇ ଜଣାଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁଦାକର ଶବର, ଉପ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶକ୍ତିପ୍ରସାଦ ମାହାନ୍ତି, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଆଦିପତି କଅଁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ନାୟକଙ୍କ ସମେତ ସମନ୍ୱୟ ଆଦିବାସୀ ବିକାଶ ଅଧିକାରୀ ଟୁକୁ ବାରିକ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Comment