ଓଡ଼ିଶାଲାଇଭ ବ୍ୟୁରୋ

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଥାନାରେ ପୋଲିସ ଆସାମୀକୁ ପିଟିପିଟି ହତ୍ୟା ଅଭିଯୋଗକୁ ଜାତୀୟ ମିନବାଧିକାର କମିସନ ଗୁରୁତର ଭାବେ ନେଇଛନ୍ତି। ଏହି ଘଟଣାରେ ଜିଲ୍ଲାପାଳ ଓ ଏସପିଙ୍କର ଯୁଗ୍ମ ତଦନ୍ତ ରିପୋର୍ଟ ମାଗିଛନ୍ତି କମିସନ। ତେବେ ଆଜି ଜାତୀୟ ମାନବଧିକାର କମିସନଙ୍କୁ ପ୍ରାଥମିକ ଯୁଗ୍ମ ତଦନ୍ତ ରିପୋର୍ଟ ପ୍ରଦାନ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନାରେ ଗତକାଲି ଅରଡପଲ୍ଲୀ ଗାଁର ସୁଶାନ୍ତ ବେହେରା ଓରଫ ମଙ୍ଗୁଳି ବେହେରାଙ୍କୁ ପୋଲିସ ପିଟିପିଟି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ତେବେ ଏହି ମାମଲା ଜାତୀୟ ମାନବାଧିକାର କମିସନଙ୍କ ନଜରରେ ପଡ଼ିଛି। ଏପରି ଏକ ଘଟଣାରେ କଡ଼ା ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି ଜାତୀୟ ମାନବାଧିକାର କମିସନ।

ଘଟଣାରେ ତୁରନ୍ତ ଜିଲ୍ଲାର ଶୀର୍ଷ ଯୁଗ୍ମ ପ୍ରଶାସନଙ୍କୁ ରିପୋର୍ଟ ମାଗିଛନ୍ତି କମିସନ। ଆଜି ଏହି ଘଟଣାରେ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସପିଙ୍କର ପ୍ରାଥମିକ ଯୁଗ୍ମ ରିପୋର୍ଟ କମିସନଙ୍କୁ ପ୍ରଦାନ କରାଯାଇଥିବା କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ଏହି ଅଭିଯୋଗରେ ଗତ ରାତିରେ ପଟ୍ଟାମୁଣ୍ଡାଇ ଥାନାରେ ମୃତକଙ୍କ ପରିବାର ପକ୍ଷରୁ ଧାରଣା ଦିଆଯିବା ଓ ମୃତକ ମଙ୍ଗୁଳିଙ୍କ ଗ୍ରାମବାସୀମାନେ ଥାନା ଘେରାଉ କରିଥିବା ବେଳେ ଜିଲ୍ଲାପାଳ ପଟ୍ଟାମୁଣ୍ଡାଇ ଥାନାରେ ପହଞ୍ଚି ଆନ୍ଦୋଳନକାରୀମାନଙ୍କ ସହିତ ଆଲୋଚନା କରି ଆନ୍ଦୋଳନ ହଟାଇ ଥିଲେ। ଏହାସହ ମୁଖ୍ୟମନ୍ତ୍ରୀଙ୍କ ସହିତ ଏହି ଘଟଣାରେ ଆଲୋଚନା କରିବାକୁ ଆନ୍ଦୋଳନକାରୀଙ୍କୁ କଥା ଦେଇଥିଲେ।

ଆଜି ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଏହି ଘଟଣାରେ ଆଲୋଚନା କରିଥିବା ପ୍ରକାଶ କରିଛନ୍ତି। ମୃତକ ମଙ୍ଗୁଳିଙ୍କ ଅସହାୟ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଗତକାଲି ମଙ୍ଗୁଳିଙ୍କ ପତ୍ନୀ ଚିନ୍ମୟୀ ବେହେରାଙ୍କ ଅଭିଯୋଗ କ୍ରମେ ପଟ୍ଟାମୁଣ୍ଡାଇ ଥାନାରେ ଏକ ମାମଲା ଋଜୁ ହୋଇଛି। ଏହି ମାମଲାରେ ଅଭିଯୁକ୍ତ ଅଛନ୍ତି ପଟ୍ଟାମୁଣ୍ଡାଇ ଥାନାର ଏଏସଆଇ ପବିତ୍ର ବେହେରା ଓ କନେଷ୍ଟବଳ ଜିତେନ୍ଦ୍ର ପ୍ରଧାନ। ଏହି ଦୁଇ ପୋଲିସ୍ କର୍ମଚାରୀ ଗତକାଲି ମଙ୍ଗୁଳିଙ୍କୁ ତାଙ୍କ ଘରୁ ମୋଟର ସାଇକେଲରେ ବସାଇ ଥାନାକୁ ଆଣିଥିଲେ। ପରେ ତାଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି।

Comment