ଓଡ଼ିଶାଲାଇଭ୍ ବ୍ୟୁରୋ

ଚକ୍ଷୁଦାନ କରିବେ କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକଙ୍କ ଜନ୍ମଦିନ ଅବସରରେ ଏନେଇ ସେ ନିଜେ ଘୋଷଣା କରିଛନ୍ତି।

ନିଜ ଅଫିସିଆଲ୍ ଟୁଇଟର ଆକାଉଣ୍ଟରେ ଟୁଇଟ୍ କରି ସେ କହିଛନ୍ତି ଯେ, ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ପ୍ଲାଜମା, ରକ୍ତ ଓ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବା ଉଚିତ୍। ଏହାଦ୍ୱାରା ଜଣେ ବ୍ୟକ୍ତିର ମୁହଁରେ ହସ ଖେଳିପାରିବ। ଏଥିସହ ସେ ନିଜେ ଚକ୍ଷୁଦାନ କରିବେ ବୋଲି  ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here