ଓଡ଼ିଶାଲାଇଭ୍ ବ୍ୟୁରୋ

ନର୍ସ ନିହାରିକା ହତ୍ୟା ଘଟଣା ଏବେ ନୂଆ ମୋଡ଼ ନେଇଛି। ନିହାରିକାଙ୍କ ବୟଫ୍ରେଣ୍ଡ ରାଜା ଓରଫ କିଶୋର ଆଞ୍ଚଲ ଜଗତସିଂହ ପୁର ବିରିଡ଼ି ଥାନା ପୋଲିସ ପାଖରେ ଆତ୍ମସମର୍ପଣ କରିଛି। ରାଜାର ଆତ୍ମସମର୍ପଣ ପରେ ପୋଲିସ ତାଙ୍କୁ ପଚରା ଉଚରା କରି ତଥ୍ୟ ଆଦାୟ କରିବାକୁ ଚେଷ୍ଟା ଚଳାଇଛି।

ତେବେ ନିହାରିକାଙ୍କୁ ମାରିଛି କିଏ? ଏହି ହତ୍ୟା ପଛରେ କ’ଣ ବୟଫ୍ରେଣ୍ଡ ରାଜାର ହାତ ଅଛି? ଯଦି ରାଜା ନିହାରିକାକୁ ହତ୍ୟା କରିନି, ତେବେ ହତ୍ୟା ଘଟଣା ପରଠୁ ସିଏ କାହିଁକି ଫେରାର ଥିଲା? ଏବେ ରାଜାର ଆତ୍ମସମର୍ପଣ ପରେ ଆଗାମୀ ଦିନରେ ଅନେକ ରହସ୍ୟର ପର୍ଦ୍ଦାଫାଶ କରିବ ପୋଲିସ।

ନିହାରିକାଙ୍କ ମୃତଦେହ ମିଳିବା ପୂର୍ବରୁ ହିଁ ରାଜା ସେପ୍ଟେମ୍ବର ୧୩ରୁ ଫେରାର ଥିଲା। ଏହି ଘଟଣାରେ ପୋଲିସ ୬ ଜଣଙ୍କୁ ପଚାରଉଚରା କରିବା ପାଇଁ ଅଟକ ରଖିଥିଲା।

ସେପ୍ଟେମ୍ବର ୧୭ ଅର୍ଥାତ ମଙ୍ଗଳବାର ଜଗତସିଂହପୁର ଜିଲ୍ଲା ବିରିଡ଼ି ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାରୁ ନିହାରିକାଙ୍କ ମୃତ ଦେହ ମିଳିଥିଲା। ଏକ ବସ୍ତାରେ ହାତ ଗୋଡ଼ ବାନ୍ଧି ନିହାରିକାଙ୍କ ମୃତଦେହ ମିଳିଥିଲା।

ନିହାରିକା ପାତ୍ରଙ୍କ ଘର ହେଉଛି ବାଲିପାଟଣା ଥାନା ଅନ୍ତର୍ଗତ ଭିଙ୍ଗାପାଟଣାରେ। ସେ କଟକରେ ଏକ ଘରୋଇ ନର୍ସିଂହୋମରେ ନର୍ସ ଭାବେ କାର୍ଯ୍ୟରତ ଥିଲେ। ତେବେ ସେ ଗତ ୯ ତାରିଖରୁ ନିଖୋଜ ଥିଲେ। ପରିବାର ଲୋକ ବହୁ ଖୋଜା ଖୋଜି ପରେ ନିରାଶ ହୋଇଥିଲେ। ନିହାରିକା ତାଙ୍କ ବୟଫ୍ରେଣ୍ଡ ସହ ଫେରାର ହୋଇଯାଇଥିବା ନେଇ ସନ୍ଦେହ ମଦ୍ୟ କରିଥିଲେ ନିହାରିକାଙ୍କ ପରିବାର ଲୋକ। ପରେ ମଧୁପାଟଣା ଥାନାରେ ଏକ ଏତଲା ଦେଇଥିଲେ।

କିନ୍ତୁ ମଙ୍ଗଳବାର ବିଲୁଆଖାଇ ନଦୀପଠାରୁ ମୃତଦେହ ମିଳିବା ପରେ, ତାଙ୍କ ଝିଅକୁ ରାଜା ମାରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।

ଅନ୍ୟପଟେ ମିଳିଥିବା ମୃତଦେହ ନିହାରିକା କି ନାହିଁ ପ୍ରଶ୍ନ ଉଠିଥିଲା। କାରଣ ମିଳିଥିବା ମୃତ ଦେହର ମୁହଁଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। କେବଳ ପୋଷାକରୁ ନିହାରିକାଙ୍କ ପରିବାର ଲୋକ ତାଙ୍କ ଝିଅ ବୋଲି ଚିହ୍ନଟ କରିଥିଲେ। କିନ୍ତୁ ପରେ ନିହାରିକାଙ୍କ ବ୍ଲଡ ସାମ୍ପୁଲ ଓ ତାଙ୍କ ବାପା ମା’ଙ୍କ ବ୍ଲଡ ସାମ୍ପୁଲ ସଂଗ୍ରହ କରାଯାଇଛି।

Comment