ଓଡ଼ିଶାଲାଇଭ୍‌ ବ୍ୟୁରୋ

ନନ୍ଦନକାନନରେ ଗତ ୨୬ ଦିନରେ ୪ଟି ହାତୀଙ୍କ ମୃତ୍ୟୁ ଘଟିଲାଣି। ହାରପିସ୍‌ ଭୂତାଣୁ ଯୋଗୁଁ ହାତୀମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହାରପିସ ଭୂତାଣୁ ମୁକାବିଲା ନେଇ ଶନିବାର ନନ୍ଦନକାନନରେ ଉଚ୍ଚସ୍ତରୀୟ ବୈଠକ ବସିଛି। ବୈଠକରେ ହାରପିସ କବଳରୁ କିପରି ହାତୀଙ୍କୁ ରକ୍ଷା କରାଯାଇ ପାରିବ ସେନେଇ ଆଲୋଚନା ହୋଇଛି।

ହାରପିସ୍‌ ସାଧାରଣତଃ କିଶୋର ହାତୀଙ୍କୁ ବେଶୀ ସଂକ୍ରମିତ କରିଥାଏ। ସେଥିପାଇଁ ଏବେ ଅସୁସ୍ଥ ଥିବା ୧୨ ବର୍ଷୀୟ ମାଈ ହାତୀ ମାମା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ବୋଲି ବୈଠକ ପରେ ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ ଦାସ ପ୍ରତିକ୍ରିୟା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି,‘‘ ହାରପିସ ମୁକାବିଲା ପାଇଁ ଆମେ ଆସାମ ଇନଷ୍ଟିଚ୍ୟୁଟ ଓ ଆମେରିକାନ ସଂସ୍ଥା ସହ ଯୋଗାଯୋଗରେ ଅଛୁ। ସଂପୃକ୍ତ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ପଦକ୍ଷେପ ନିଆଯାଉଛି।’’

ନନ୍ଦନକାନନରେ ଏବେ ୪ଟି ହାତୀ ରହିଛନ୍ତ।

Comment