ଓଡ଼ିଶାଲାଇଭ୍ ବ୍ୟୁରୋ

ନନ୍ଦନକାନନରେ ହରପିସ୍‌ ଭାଇରସ୍‌ ଆତଙ୍କ। ଏହି ଭାଇରସ୍‌ ଗୋଟିଏ ପରେ ଗୋଟିଏ ହାତୀର ଜୀବନ ନେଉଛି। ଗୁରୁବାର ମାଈ ହାତୀ ‘କମଳା’ର ଜୀବନ ଯାଇଥିବା ବେଳେ ଶୁକ୍ରବାର ରାତି ପ୍ରାୟ ୯ଟା୫୧ ମିନିଟ୍‌ରେ ଛୁଆ ହାତୀ ‘ଗୌରୀ’ ପ୍ରାଣ ହରାଇଛି।

ଗୌରୀ ଗୁରୁବାରଠାରୁ ଅସୁସ୍ଥ ଥିଲା। ୨୦୧୨ରେ ହାତୀ ଗୌରୀ ଆଠଗଡ଼ ବନାଞ୍ଚଳରୁ ନନ୍ଦନକାନନକୁ ଆସିଥିଲା। ଗୋଟିଏ ମାସ ଭିତରେ ନନ୍ଦନକାନନରେ ୪ ହାତୀଙ୍କ ଜୀବନ ଗଲାଣି।

ହରପିସ୍‌ ଭାଇରସ୍‌ ଗୋଟିଏ ପରେ ଗୋଟିଏ ହାତୀର ଜୀବନ ନେଉଥିବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି। ଗତ ସେପ୍ଟେମ୍ବର ୧୫ରେ ହାତୀ ଚନ୍ଦନର ମୃତ୍ୟୁ ହୋଇଥିଲା। ହାତୀ ଗୌରୀର ମୃତ୍ୟୁ ପରେ ନନ୍ଦନକାନନରେ ହାତୀ ସଂଖ୍ୟା ୪କୁ ଖସି ଆସିଛି।

Comment