ଓଡ଼ିଶାଲାଇଭ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ କରି ଧରାପଡିଛି ବ୍ରାଉନ ସୁଗାର ଚୋରା କାରବାର। କେନ୍ଦ୍ରାପଡ଼ା ସହରର ଗୋବରୀ ନଦୀ ବାଇପାସ୍ ରାସ୍ତାର କଂସେଇଖାନା ନିକଟରୁ ଆଜି ୨୫ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ସ୍କ୍ଵାର୍ଡ। ଯାହାର ମୂଲ୍ୟ ୨ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଏହି ବିଭାଗ ପକ୍ଷରୁ ସୂଚନା ମିଳିଛି।

ତେବେ ବ୍ରାଉନ ସୁଗାର ବେପାରିକୁ ପୋଲିସ ଗିରଫ କରିଛି। ପୂର୍ବରୁ ଜାହିଦ ଖାଁ ଅପରାଧି ଗ୍ୟାଙ୍କରେ ରହିଥିଲା ଏବେ ସେ ତାକୁ ଛାଡ଼ି ବ୍ରାଉନ ସୁଗାର ବିକ୍ରି କରୁଛି। ଦିନକୁ ସେ ୬୦ଟି ବିକ୍ରି କରୁଛି। ତା’ର ଅଧିକାଶଂ ଗ୍ରାହକ କେନ୍ଦ୍ରାପଡା ସ୍ଵୟଂ ଶାସିତ ମହାବିଦ୍ୟାଳୟର ହଷ୍ଟେଲ ପିଲା ଓ ଜିଲ୍ଲାର ବହୁ କ୍ରିମିନାଲ ମାନେ ବୋଲି ପୋଲିସ ଆଗରେ କହିଛି ଜାହିଦ।

ସହରର ଆମ୍ମାଡି ଗାଁର ଜାହିଦ ଖାଁ ନିକଟରୁ ଏହି ବ୍ରାଉନସୁଗାର ଜବତ ହୋଇଛି। ଦିର୍ଘଦିନ ହେବ ଜାହିଦ୍ ଜଳେଶ୍ଵରରୁ ଏହି ଅବକାରୀ ଜିନିଷ ଆଣି କେନ୍ଦ୍ରାପଡା ସହରରେ ଚୋରା କାରବାର କରୁଥିଲା। ଏହି ନିଶାର ଗ୍ରାହକ ଥିଲେ କେନ୍ଦ୍ରାପଡା ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅନେକ ଛାତ୍ରମାନେ ଓ କେନ୍ଦ୍ରାପଡା ଜିଲ୍ଲାର ଅନେକ ଅପରାଧୀ। ଦିନକୁ ୬୦ରୁ ଅଧିକ ଗ୍ରାହକ ଜାହିଦ୍ ନିକଟରୁ ଏହି ନିଶା କିଣୁଥିବା ଜାହିଦ୍ ଗୁଇନ୍ଦା ଦଳ ନିକଟରେ ପ୍ରକାଶ କରିଛି।

ଦୀର୍ଘ ୧ ବର୍ଷ ହେବ କେନ୍ଦ୍ରାପଡ଼ା ସହରରେ ଏହି ବ୍ୟବସାୟ ଚଳାଇ ଆସୁଥିଲା ଜାହିଦ୍। ଯାହା କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ପାଖରେ ଖବର ରହିଥିଲା। ଆଜି ଜାହିଦର ପିଛାକରି ଅବକାରୀ ଗୁଇନ୍ଦା ବିଭାଗର ଦାୟିତ୍ୱରେ ଥିବା ଦିଲ୍ଲିପ ତ୍ରିପାଠୀ ଜାହିଦକୁ କାବୁ କରିବାକୁ ସମର୍ଥ ହୋଇଥିଲେ।

କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗର ଇନ୍ସପେକ୍ଟର ଜଗଦୀଶ ସାମଲଙ୍କ ନେତୃତ୍ୱରେ ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ଜାହିଦକୁ ଗିରଫ କରିଛନ୍ତି। ଆଜି ଜାହିଦକୁ କେନ୍ଦ୍ରାପଡା ଏସ୍ ଡି ଜେ ଏମଙ୍କ କୋର୍ଟରେ ହାଜର କରାଯାଇଛି। ଜାହିଦର ଜାମିନ ଅବେଦନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଏବେ ପ୍ରଶ୍ନ ଉଠୁଛି କଲେଜ ପଢୁଆ ଛାତ୍ରମାନେ ଏହି ନିଶା ପାଲରେ ପଡିଥିବା କଥା ଯଦି ସତ ହୋଇଥାଏ। ତବେ ସେମାନଙ୍କର ଅଭିଭାବକମାନେ ନିଜ ନିଜର ପିଲାମାନଙ୍କର ଗତିବିଧି ପ୍ରତି ନଜର ଦେବା ଆବଶ୍ୟକ ହୋଇଛି । ଯଦି କିଛି ସୁରାକ ମିଳେ ତେବେ ପିଲାଟିକୁ ଏହି ବିଷାକ୍ତ ନିଶା କବଳରୁ ତୁରନ୍ତ ଉଦ୍ଧାର କରାଯିବାକୁ ଚେଷ୍ଟା କରିବା ଜରୁରୀ ହୋଇପଡିଛି ।

Comment