ଓଡ଼ିଶାଲାଇଭ ବ୍ୟୁରୋ

ନନ୍ଦନକାନନକୁ ବିପଦ ପିଛା ଛାଡୁନାହିଁ। ହାତୀ ପରେ ଏବେ ନନ୍ଦନକାନନରେ ଏକମାତ୍ର ନୀଳଗିରି ମାଙ୍କଡ଼ର ମୃତ୍ୟୁ ହୋଇଛି। ତେବେ ମାଙ୍କଡ଼ର ମୃତ୍ୟୁ ପରେ ନନ୍ଦନକାନନରେ ନୀଳଗିରି ମାଙ୍କଡ଼ ସଂଖ୍ୟା ଶୂନ ହୋଇ ଯାଇଛି।

ମାଙ୍କଡ଼ଟି ଗତ କିଛି ଦିନ ହେବ ଅସୁସ୍ଥତା ଅନୁଭବ କରୁଥିଲା। ତେବେ ସୋମବାର ତା’ର ମୃତ୍ୟୁ ହୋଇଛି। ମୃତ ମାଙ୍କଡ଼ର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।

ନିକଟରେ ହାର୍ପିସ ଭୂତାଣୁ ସଂକ୍ରମଣରେ ୪ ହାତୀଙ୍କର ମୃତ୍ୟୁ ହୋଇଥିଲା। ଏବେ ଏକମାତ୍ର ନୀଳଗିରି ମାଙ୍କଡ଼ର ମୃତ୍ୟୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି।

Comment