ଓଡ଼ିଶାଲାଇଭ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଏଫ.ସି.ଆଇ ଛକ ନିକଟରେ ଏକ ଭଡ଼ା ଘରେ ରାୟଗଡ଼ା ପୋଲିସ ଚଢାଉ କରି ସେକ୍ସ ରାକେଟ ଠାବ କରିଛି। ଏହି ଚଢ଼ାଉ ବେଳେ ପୋଲିସ ଦୁଇ ଯୁବତୀ, ଜଣେ କିଙ୍ଗପିନ୍ ଓ ୨ ଜଣ ଗରାଖକୁ ପୁଲିସ ଗିରଫ୍ କରିଛି।

ଗିରଫ କିଙ୍ଗପିନ୍ ହେଲେ ଗଞ୍ଜାମ ଜିଲ୍ଲାର ଚନ୍ଦନ କୁମାର ଚୌଧୁରୀ, ୨ ଗରାଖ ହେଲେ ରାୟଗଡ଼ା ଜିଲ୍ଲା ଜେକେପୁର ଅଞ୍ଚଳର ବିକୁ କୁମାର ତାଡିଙ୍ଗି ଓ ସୋନୁ ମଲିକ। ରାୟଗଡା ଟାଉନ୍ ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା।

ଭଡ଼ା ଘରେ ସେକ୍ସ ରାକେଟ ଚାଲୁଥିବା ଖବର ପାଇ ପୋଲିସ ଚଢାଉ କରିଥିଲା। ଏହି ସମୟରେ ବନ୍ଦ କୋଠରୀ ମଧ୍ୟରେ ଦୁଇଜଣ ଯୁବତୀଙ୍କ ସହ ଏକ ଯୁବକଙ୍କୁ ଗିରଫ କରିଥିଲେ। ତେବେ ଏହି ଅଞ୍ଚଳରେ ବିଭିନ୍ନ ଦେହ ବ୍ୟବସାୟ ଚାଲିଥିବା ପୋଲିସ ଅନୁମାନ କରୁଛି। ଏନେଇ ପୋଲିସ ତଦନ୍ତ ଜାରି ରଖିଛି।

Comment