ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆକ୍ସନ୍ ମୋଡରେ ରାୟଗଡା ପୋଲିସ। ସହରରେ ଦିନକୁ ଦିନ ବଢ଼ୁଥିବା ଅପରାଧକୁ ରୋକିବା ପାଇଁ ରାୟଗଡ଼ା ପୋଲିସ ଉଦ୍ୟମ ଚଳାଇଛି। ମଙ୍ଗଳବାର ପୋଲିସକୁ ଆଉ ଏକ ସଫଳତା ମିଳିଛି।

ଏକ ସେକ୍ସ ରାକେଟର ଠାବ କରି ୪ଜଣଙ୍କୁ ଗିରଫ କରିଛି।  ରାୟଗଡ଼ା ସହରର ଗାୟତ୍ରୀ ନଗର ଚତୁର୍ଥ ଗଳିରେ ଚାଲିଥିବା ସେକ୍ସ ରାକେଟକୁ ପୁଲିସ ଠାବ କରିଥିଲା। ଚଢ଼ଉ ବେଳେ ୨ ଜଣ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିବା ସହ ୨ଜଣ ଗରାଖ ଓ ଦୁଇ ଜଣ ଘର ମାଲିକଙ୍କୁ ଗିରଫ କରିଛି। ଗିରଫ୍ ମାଲିକ ହେଲେ ବାରାନାସୀ ଓ ରାଜେଶ।

୨ ଗରାଖ ହେଲେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଞ୍ଚଳର ପ୍ରଣବ ମଣ୍ଡଳ ଓ ବିରୁ ମାଜୁନ୍ଦର। ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ରାୟଗଡା ଥାନା ଏସଡିପିଓ ତପନ ନାରାୟଣ ରଥ ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି।

ସୋମବାର ମଧ୍ୟ ଏକ ସେକ୍ସ ରାକେଟକୁ ଠାବ କରିଥିଲା ପୋଲିସ।

Comment