ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କ୍ରିକେଟ୍‌ ଟିମ୍‌ର ଯୁବା ବ୍ୟାଟ୍ସମ୍ୟାନ୍‌ ତଥା ୱିକେଟକିପର ରିଷଭ ପନ୍ତଙ୍କୁ ନେଇ ପୁଣିଥରେ ମୁହଁ ଖୋଲିଛନ୍ତି ବରିଷ୍ଠ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣ। ଭବିଷ୍ୟତକୁ ଦେଖି ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ପାଇଁ ଟିମ୍‌ ଇଣ୍ଡିଆ ରିଷବଙ୍କୁ ବାରମ୍ବାର ସୁଯୋଗ ଦେଉଛି। ହେଲେ ବାରମ୍ବାର ସୁଯୋଗ ମିଳିଲେ ସୁଦ୍ଧା ସେ ଏହି ସୁଯୋଗର ସଦୁପଯୋଗ କରିପାରୁନାହାନ୍ତି।

ଫଳରେ ଅନ୍ତର୍ଜାତୀୟ ସ୍ତରରେ ବାରମ୍ବାର ବିଫଳ ହେବାରେ ଲାଗିଛନ୍ତି ପନ୍ତ। ସବୁସମୟରେ କୌଣସି ନା କୌଣସି ଭୁଲ ସଟର ଚୟନ ହିଁ ତାଙ୍କୁ ବିଫଳ କରୁଛି ବୋଲି କ୍ରିକେଟ ବିଶେଷଜ୍ଞବମାନେ ମତ ରଖିଛନ୍ତି।

ବର୍ତ୍ତମାନ ରିଷଭ ଭାରତୀୟ ଟିମରେ ୪ ନମ୍ବରରେ ବ୍ୟାଟିଂ କରୁଛନ୍ତି। ଭିଭିଏଏସଙ୍କ ମତରେ ରିଶବ ଏବେ ଯୁବବସ୍ଥାରେ ଅଛନ୍ତି। ତେଣୁ ତାଙ୍କୁ ଚାରି ନମ୍ବରରେ ଖେଳିବାକୁ ଆଉ କିଛି ସମୟର ଆବଶ୍ୟକତା ଅଛି। ବର୍ତ୍ତମାନ ଟିମ୍ ଇଣ୍ଡିଆ ଶ୍ରେୟାସ୍ ଆୟାର କିମ୍ବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚାରି ନମ୍ବରରେ ଖେଳାଇବା ଉଚିତ୍। ଏହାସହ ରିଷଭଙ୍କୁ ୫ ନମ୍ବର କିମ୍ବା ୬ ନମ୍ବରରେ ସୁଯୋଗ ଦେବା ଉଚିତ୍ ବୋଲି କହିଛନ୍ତି ଭିଭିଏଏସ୍ ଲକ୍ଷ୍ମଣ।

ଲକ୍ଷ୍ମଣ କହିଛନ୍ତ, “ସବୁ ଖେଳାଳି ପାଇଁ ଏମିତି କିଛି ସମୟ ଆସିଥାଏ। ଯେଉଁ ସମୟରେ ସେ ଭଲ ଖେଳୁଥିଲେ ମଧ୍ୟ ଭୁଲ ସଟ କାରଣରୁ ଆଉଟ୍ ହୋଇଥାଏ। ଏହି ସମୟରେ ଖେଳାଳିଜଣକ ନିଜର ସଟ ଚୟନ ଉପରେ ନଜର ରଖିବା ଉଚିତ୍। ଯାହା ଫଳରେ ତାଙ୍କୁ ନିଜର କ୍ୟାରିଅର ଗଢ଼ିବାକୁ ସହଜ କରିବ।”

ବର୍ତ୍ତମାନ ରିଷଭଙ୍କୁ ଚାରି ନମ୍ବରରୁ ହଟାଇ ବର୍ତ୍ତମାନ ତଳ ଅର୍ଡରରେ ଖେଳାଇବାକୁ ପରାମର୍ଶ ଦେଇଛନ୍ତି ଏହି ପୂର୍ବତନ ଭାରତୀୟ ଖେଳାଳି।

Comment