ଓଡ଼ିଶାଲାଇଭ୍‌ ବ୍ୟୁରୋ 

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ):  ରାୟଗଡା ଜିଲ୍ଲା ଖୋଲିଗୁଡା ନିକଟରେ ଥିବା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନସ୍ ଆଣ୍ଡ୍ ଟେକ୍ନୋଲୋଜି (ଜିଷ୍ଟ୍) କଲେଜ ପରିସରରେ ଆଜି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଷ୍ଟ୍ ଏବଂ ସମ୍ବାଦ-ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଶିବିରରୁ ୫୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି।

ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡାକ୍ତର ଶର୍ବଣା ବିବେକ ଏମ୍ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ଜିଷ୍ଟ୍ ଏବଂ ସମ୍ବାଦ ଆମ ଓଡ଼ିଶାର ଏଭଳି ପଦକ୍ଷେପକୁ ଏସ୍‌ପି ପ୍ରଶଂସା କରିଥିଲେ।

ଜିଷ୍ଟ୍ ନିର୍ଦେଶକ ଗୋବିନ୍ଦ ପ୍ରସାଦ ରଥ, ସେକ୍ରେଟାରୀ ମନୋଜ କୁମାର ପାଳଙ୍କ ତତ୍ତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଆଜି ସକାଳୁ ପ୍ରବଳ ବର୍ଷା ଲାଗି ରହିଥିବା ସତ୍ତ୍ୱେ ଜିଷ୍ଟ୍ ଏବଂ ଜିଆଇଏସିଆର୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରକ୍ତଦାନ କରିବା ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଜିଷ୍ଟ୍ ପ୍ରଶାସନିକ ଅଧିକାରୀ ଗୌତମ ପଟ୍ଟନାୟକ, ସହକାରୀ ପ୍ରଶାସନିକ ଅଧିକାରୀ ଶରତ ମହାପାତ୍ର, ଅଧ୍ୟକ୍ଷ କାଳୀ ପ୍ରସାଦ ଆଚାର୍ଯ୍ୟ, ବାଦଲ ଆଚାର୍ଯ୍ୟ ଶିବିର ପରିଦର୍ଶନରେ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ରକ୍ତଦାନ ଶିବିରକୁ  ସମ୍ବାଦ-ଆମ ଓଡ଼ିଶାର ରାୟଗଡ଼ା ଜିଲ୍ଲା ପ୍ରତିନିଧି ନବୀନ ଚନ୍ଦ୍ର ସାହୁ, ଜିଷ୍ଟ୍ ପ୍ଲେସମେଣ୍ଟ୍ ଅଫିସର୍ ବି. ଭେ‌ଙ୍କଟେଶ୍ ପରିଚାଳନା କରିଥିଲେ। ରାୟଗଡା ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଏମ୍ ଏ ମଜ୍ଜିଦ୍, ଲ୍ୟାବ ଟେକ୍ନିସିଆନ୍ ବି. କିଶୋର କୁମାର, ଦିବ୍ୟବ୍ରତ କରଣ, ଉମାକାନ୍ତ ମିଶ୍ର, ରୀତା ସିକା, ଶଂକର ତାଡିଙ୍ଗ୍ ଶିବିରରେ ଯୋଗଦେଇ ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ।

Comment