ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନ ପାଇଁ କଂଗ୍ରେସ ତା’ର ୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ୫ ଜଣିଆ ତାଲିକାକୁ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି) ନିକଟକୁ ପଠାଯାଇଛି। ତେବେ ଖୁବ୍ଶୀଘ୍ର କେନ୍ଦ୍ରୀୟ କମିଟି ୫ ଜଣ ମଧ୍ୟରୁ ଜଣଙ୍କୁ ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରିବ।
ଏହି ତାଲିକାରେ ୫ କଂଗ୍ରେସ ନେତାଙ୍କ ନାଁ ରହିଛି। ସେମାନେ ହେଲେ ଅଭିଷେକ ସେଠ୍, ଦିଲୀପ ପଣ୍ଡା, ସୁରେନ୍ଦ୍ର ପାତ୍ର, ସ୍ୱାଧୀସ୍ମିତା ସୁଆର ଏବଂ ଅବସରପ୍ରାପ୍ତ ଯନ୍ତ୍ରୀ ରବିନ୍ଦ୍ର ପଣ୍ଡା। ଏମାନଙ୍କ ମଧ୍ୟରୁ ଅଭିଷେକ ସେଠ୍ ବିଜେପୁର ଟିକେଟ୍ ପାଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।