ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନ ପାଇଁ କଂଗ୍ରେସ ତା’ର ୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ୫ ଜଣିଆ ତାଲିକାକୁ ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି) ନିକଟକୁ ପଠାଯାଇଛି। ତେବେ ଖୁବ୍‌ଶୀଘ୍ର କେନ୍ଦ୍ରୀୟ କମିଟି ୫ ଜଣ ମଧ୍ୟରୁ ଜଣଙ୍କୁ ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରିବ।

ଏହି ତାଲିକାରେ ୫ କଂଗ୍ରେସ ନେତାଙ୍କ ନାଁ ରହିଛି। ସେମାନେ ହେଲେ ଅଭିଷେକ ସେଠ୍‌, ଦିଲୀପ ପଣ୍ଡା, ସୁରେନ୍ଦ୍ର ପାତ୍ର, ସ୍ୱାଧୀସ୍ମିତା ସୁଆର ଏବଂ ଅବସରପ୍ରାପ୍ତ ଯନ୍ତ୍ରୀ ରବିନ୍ଦ୍ର ପଣ୍ଡା। ଏମାନଙ୍କ ମଧ୍ୟରୁ ଅଭିଷେକ ସେଠ୍‌ ବିଜେପୁର ଟିକେଟ୍‌ ପାଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Comment