ଓଡ଼ିଶାଲାଇଭ ବ୍ୟୁରୋ

ଚିକିତ୍ସା ଅବହେଳା ଯୋଗୁଁ କିମ୍ସକୁ ଅଢ଼େଇ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବଧିକାର କମିସନ। କ୍ଷତିପୂରଣ ନଦେଲେ ଡିଏମଇଟି କାର୍ଯ୍ୟାନୁଷ୍ଠାନ ନେବ ବୋଲି ତାଗିଦ୍‌ କରାଯାଇଛି।

୨୦୧୭ ମସିହାରେ କିମ୍ସରେ ପୁରୀ ଜିଲ୍ଲାର ଶିବ ପ୍ରସାଦ ନନ୍ଦଙ୍କ ନବଜାତ ପୁତ୍ରର ମୃତ୍ୟୁ ହୋଇଥିଲା। ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ଏହି ଅଭିଯୋଗର ଶୁଣାଣି କରି କ୍ଷତିପୂରଣ ନିର୍ଦ୍ଦେଶ ଦିଆଯାଇଛି।

Comment