ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡାକ୍ତରଖାନାକୁ ଦଲାଲ ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ। ଆଜି କେନ୍ଦ୍ରାପଡ଼ା ସରକାରୀ ଡାକ୍ତରଖାନାରୁ ୩ଜଣ ଦଲାଲଙ୍କୁ ଗିରଫ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମର୍ଥ ବର୍ମାଙ୍କ ନେତୃତ୍ୱରେ ଏକ ଟିମ୍‌ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚଢ଼ାଉ କରି ୩ଜଣ ଦଲାଲଙ୍କୁ ଗିରଫ କରିଛି। ଗିରଫ ଦଲାଲଙ୍କ ମଧ୍ୟରୁ ଦୁଇଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଥିବା ସୂଚନା ମିଳିଛି।

ଦୁଇ ମହିଳା ଦଲାଲ ହେଉଛନ୍ତି ଜୟନ୍ତୀ ସାହୁ ଓ ରଶ୍ମିତା ବେହେରା। ସେହିପରି ପୁରୁଷ ଦଲାଲ ଜଣକ ସ୍ଥାନୀୟ ବଡହାଟର ସୁଧାଂଶୁ ସିଂହ ବୋଲି ଜଣାପଡ଼ିଛି।

ଏହି ଦଲାଲମାନେ ଡାକ୍ତଖାନାକୁ ଆସୁଥିବା ରୋଗୀମାନଙ୍କୁ ପ୍ରାଇଭେଟ କ୍ଲିନିକ ଓ ନର୍ସିଂହୋମକୁ ନେଉଥିଲେ। ଫଳରେ ଦଲାଲଙ୍କ ଦ୍ଵାରା ଆର୍ଥିକ ଶୋଷଣର ଶିକାର ହେଉଥିଲେ ରୋଗୀ। ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ଜିଲ୍ଲା ପ୍ରଶାସନ ଆଜି ଚେଇଁ ଉଠିଥିଲା।

ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ୪୨୦ ଓ ୩୪ ଦଫାରେ ମାମଲା ଋଜୁ କରି କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି।

ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲା ପରିବହନ କାର୍ଯ୍ୟାଳୟରେ ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟାନ୍ୟ କାଗଜ ପତ୍ର ଶୀଘ୍ର କରାଇଦେବା ପାଇଁ ଦଲାଲମାନେ ସକ୍ରିୟ ଥିବା ଖବର ପାଇଥିଲା ପୋଲିସ। ଆଜି ଜିଲ୍ଲା ପରିବହନ କାର୍ଯ୍ୟାଳୟ ଉପରେ ମଧ୍ୟ ପୋଲିସ ଚଢାଉ କରିଥିଲା। ହେଲେ ଏହା ପୂର୍ବରୁ ଦଲାଲମାନେ ଫେରାର ହୋଇଯାଇଥିବାରୁ ଖାଲି ହାତରେ ଫେରିଥିଲା ପୋଲିସ।

Comment