ଓଡ଼ିଶାଲାଇଭ ବ୍ୟୁରୋ

ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ନବମ ଶ୍ରେଣୀର ଜଣେ ଛାତ୍ର। ରାଉରକେଲା ଝିରିପାଣି ବ୍ରିଜ ଉପରୁ କୋଏଲ ନଦୀକୁ ଡିଆଁ ମାରିଛନ୍ତି। ଛାତ୍ର ଜଣକ ରାଉରକେଲାର ଗୋଟେ ଘରୋଇ ଇଂଲିଶ ମିଡିୟମ ସ୍କୁଲର ଛାତ୍ର ବୋଲି ଜଣାପଡ଼ିଛି।

ଛାତ୍ର ଜଣକ ବ୍ରିଜ ଉପରେ ସାଇକେଲ ରଖି ନଦୀକୁ ଡିଆଁ ମାରି ଦେଇଥିଲେ। ସ୍ଥାନୀୟ ଲୋକ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଛାତ୍ର ଜଣକ କାହିଁକି ନଦୀକୁ ଡିଆଁ ମାରିଲେ ତାହା ଅସ୍ପଷ୍ଟ ରହିଛି।

ଘଟଣାସ୍ଥଳରେ ଛାତ୍ରଟିକୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ପ୍ରୟାସ ଜାରି ରଖିଛି। ଅନ୍ୟପକ୍ଷରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି।

Comment