ଓଡ଼ିଶାଲାଇଭ ବ୍ୟୁରୋ

ନନ୍ଦନକାନନରେ ଖୋଲିବ ଏକ ‘ପାଥୋ ୟୁନିଟ’। ହାତୀ ମୃତ୍ୟୁକୁ ନେଇ ନନ୍ଦନକାନନରେ ଏକ ବୌଠକ ବସିଥିଲା। ତେବେ ଏଥିରେ ନନ୍ଦନକାନନରେ ‘ପାଥୋ ୟୁନିଟ’ ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି ବୋଲି ବୈଠକ ଶେଷରେ ସୂଚନା ଦେଇଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲ।

ଏହି ‘ପାଥୋ ୟୁନିଟ’ରେ ଜଣେ ଡାକ୍ତର ଓ ଦୁଇଜଣ ଟେକ୍‌ନିସିଆନ୍‌ ରହିବେ। ପଶୁ ପକ୍ଷୀଙ୍କ ପ୍ରାଥମିକ ପରୀକ୍ଷା ଏଠାରେ ହିଁ କରାଯିବ। ପରେ ଓୟୁଏଟିରେ ସବିଶେଷ ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ହେଲେ ବୈଠକରେ ହାତୀ ମୃତ୍ୟୁ ପାଇଁ ହାର୍ପିସ ଦାୟୀ କି ନୁହେଁ ତାହା ସ୍ପଷ୍ଟ କରି ନାହାନ୍ତି। ଏହାସହ ହାର୍ପିସ ଭୂତାଣୁ ପାଇଁ ନିକଟସ୍ଥ ଡମ୍ପିଂୟାର୍ଡ ଦାୟୀ ନୁହେଁ ବୋଲି ନିର୍ଦ୍ଦେଶକ କହିଛନ୍ତି।

ନିକଟରେ ନନ୍ଦନକାନନରେ ୪ଟି ହାତୀଙ୍କ ମୃତ୍ୟୁ ହୋଇଥିଲା ପରେ ଏକମାତ୍ର ନୀଳଗିରି ମାଙ୍କଡ଼ର ମଧ୍ୟ ମୃତ୍ୟୁ ହୋଇଥିଲା। ଏହି ଘଟଣା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଥିଲା।

Comment