ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ରାଜ୍ୟସ୍ତରୀୟ ବ୍ୟାପକ ସଂଚାର ନୀତି ଏବଂ ମାସ୍କଟ ଅନାବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ଏହାକୁ ଉଦ୍‌ଘାଟନ କରିଥିଲେ।

ରାଜ୍ୟର ମହିଳା ଓ ଶିଶୁମାନଙ୍କ ପାଇଁ ଚାଲିଥିବା ଶିଶୁ ଓ ମହିଳା ପୁଷ୍ଟି, ଶିଶୁ ଓ ମହିଳା ସୁରକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ।

ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ମାସ୍କଟର ଅନାବରଣ କରାଯାଇଥିଲା, ଯାହାକୁ ‘ଟିକି ମାଉସୀ’ ନାମରେ ନାମିତ କରାଯାଇଛି।

‘‘ଟିକି ମାଉସୀ ଆପଣମାନଙ୍କ ମଧ୍ୟରୁ ଜଣେ। ଯିଏ ଘର ଘର ଯାଇ ଦେବ ସଚେତନତାର ବାର୍ତ୍ତା। ବିଭିନ୍ନ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ସଚେତନ କରିବା ପାଇଁ ବିଶେଷକରି ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ମହିଳା ଓ ଶିଶୁମାନଙ୍କ ବିକାଶ ପାଇଁ କରାଯାଇଥିବା ସରକାରୀ ଯୋଜନାର ସଠିକ୍‌ ପ୍ରଣୟନ ପାଇଁ ବିଭାଗ ସମ୍ପୂର୍ଣ୍ଣ ଯତ୍ନଶୀଳ ରହିବ’’ ରାଜ୍ୟ ମହିଳା, ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ।

ଏହି ମାସ୍କଟ ମା’ ଓ ଶିଶୁମାନଙ୍କ ପାଇଁ ଚାଲୁଥିବା ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବ। ଏହି ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ବ୍ୟାପକ ସଂଚାର ନୀତି ପ୍ରସ୍ତୁତ କରାଯାଇଛି। ଫଳରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମକୁ ଟିଭି, ରେଡିଓ ଏବଂ ଖବରକାଗଜ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଯିବ।

ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ମୋନିକା ନିଲ୍‌ସନ୍‌ କହିଛନ୍ତି, ‘‘ଲୋକମାନଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବା ପାଇଁ ସବୁଠୁ ସହଜ ଓ ସରଳ ଉପାୟ ହେଉଛି ମୁହାଁମୁହିଁ ଅଥବା ସିଧାସଳଖ ଆଲୋଚନା। ଟିକି ମାଉସୀ ଏବେ ସମସ୍ତ କାମ କରିବ।’’

ବାଲୁକା ଆନିମେସନ୍‌, ଲିଫଲେଟ୍‌, ପୋଷ୍ଟର ମାଧ୍ୟମରେ ସଚେତନତା ସୃଷ୍ଟି କରିବାକୁ ଉଦ୍ୟମ କରାଯିବ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପା ସିନ୍ଧୁ ମିଶ୍ର, ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ମୋନିକା ନିଏଲସନ୍‌, ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ। ଓଡ଼ିଶା ଚଳଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ମୋ କଲେଜ୍‌ କାର୍ଯ୍ୟକ୍ରମର ମୁଖ୍ୟ ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comment