ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ରାଣିଗୁଡ଼ା ଫାର୍ମସ୍ଥିତ ଜିଲ୍ଲା ଉଦ୍ୟାନ କୃଷି କାର୍ଯ୍ୟାଳୟ ପରିସରେ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଉଦ୍‌ଘାଟନ ହୋଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଅମିୃତ ଋତୁରାଜ ଏହି ନୂତନ କୋଠାର ଉଦ୍‌ଘାଟନ କରିଛନ୍ତି।

ଦୀର୍ଘଦିନରୁ ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କୁ ବିଭାଗୀୟ କାର୍ଯ୍ୟଭାର ଦାୟିତ୍ୱ ମିଳିଥିଲେ ସୁଦ୍ଧା ଅଧିକାରୀଙ୍କ କାର୍ଯ୍ୟାଳୟ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ନଥିଲା। ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟ ପରିସରସ୍ଥ ପ୍ରକୋଷ୍ଠରେ ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ରହିଥିଲା।

ବିଭାଗର କାର୍ଯ୍ୟ ପରିସୀମା ବଢିବା ସହ କାର୍ଯ୍ୟାଳୟରେ ଆବଶ୍ୟକ ଖାଲି ସ୍ଥାନ ଅଭାବ ଦେଖାଯାଇଥିଲା। ଏଥିପାଇଁ ଏହି ନୂତନ ଗୃହ ନିର୍ମାଣ ହୋଇଥିବା ଉଦଘାଟନ ଅବସରରେ ଗଣମାଧ୍ୟମଙ୍କୁ କହିଥିଲେ ପ୍ରକଳ୍ପ ପ୍ରଶାସକ ଋତୁରାଜ।

କାର୍ଯ୍ୟାଳୟ ନିର୍ମାଣ ବାବଦକୁ ମୋଟ ୩୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାଯାଇଛି। ଏହି ଅବସରରେ ଜିଲ୍ଲା ଉପ କୃଷି ନିର୍ଦ୍ଦେଶକ ଆନନ୍ଦ ଚନ୍ଦ୍ର ସାହୁ, ଜିଲ୍ଲା ଅତିରିକ୍ତ ଉଦ୍ୟାନ କୃଷି ନିର୍ଦ୍ଦେଶକ ଜଗନ୍ନାଥ ବିନ୍ଧାଣି, ଏଡିଏଚ୍‍ ଗୁଣୁପୁର ପ୍ରସାନ୍ତ ଖଟୁଆଙ୍କ ସମେତ ସମସ୍ତ ବ୍ଲକସ୍ତରୀୟ ଉଦ୍ୟନ କୃଷି ବିଭାଗ ଅଧିକାରୀ ଉପସ୍ଥିତ ରହିଥିଲେ।

Comment