ଓଡ଼ିଶାଲାଇଭ୍ ବ୍ୟୁରୋ

ଗର୍ଭବତୀ ମହିଳାମାନେ ଖାଉଥିବା ଖାଦ୍ୟ ଉଭୟ ମାଆ ଓ ନବଜାତର ସ୍ଵାସ୍ଥ୍ୟ ପାଇଁ ମହତ୍ଵପୂର୍ଣ୍ଣ ହୋଇଥାଏ। ତେଣୁକରି ପ୍ରସବ ସମୟରେ ମହିଳାମାନଙ୍କୁ ଖାଦ୍ୟପାନ ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ଡାକ୍ତର ପରାମର୍ଶ ଦେଇଥାଆନ୍ତି।
ଗର୍ଭବତୀ ମହିଳାଙ୍କ ପାଇଁ ମକା ଏକ ସ୍ଵାସ୍ଥ୍ୟକାରୀ ଖାଦ୍ୟ। ମକାରେ ପ୍ରଚୁର ପରିମାଣରେ ଫୋଲିକ୍ ଏସିଡ୍, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍ ରହିଛି।
ମ୍ୟାଗ୍ନେସିୟମ୍, ଆଇରନ୍, କପର୍ ଏବଂ ଫସଫରସ୍ ହାଡ଼କୁ ମଜବୁତ କରେ।
ମକାର ଆଣ୍ଟିଏଜିଙ୍ଗ୍ ଗୁଣ ତ୍ୱଚା ପାଇଁ ଉପକାରୀ।
ମକା ତେଲକୁ ତ୍ୱଚାରେ ମାଲିସ୍ କରିପାରନ୍ତି। ମକା ତେଲରେ ଲିନୋଲିକ୍ ଏସିଡ୍ ରହିଛି।
ତ୍ୱଚାରେ କୁଣ୍ଡିଆ କିମ୍ବା ଲାଲି ପଡ଼ିଲେ କର୍ଣ୍ଣଫ୍ଲୋର୍ ପାଉଡର୍ ବ୍ୟବହାର କରନ୍ତୁ।
ଫୋଲିକ୍ ଏସିଡ୍ ନବଜାତର ଓଜନକୁ ଠିକ୍ ରଖେ ଆଉ ଅନ୍ୟାନ୍ୟ ରୋଗକୁ ଦୂର କରେ। ଭିଟାମିନ୍-ବି ଓ ଫୋଲିକ୍ ଏସିଡ୍ ଶରୀରରୁ ଆଇରନ୍ ର ଅଭାବକୁ କମ୍ କରେ ଏବଂ ଏନିମିଆ ଆଶଙ୍କାକୁ ଦୂରେଇ ରଖେ।


















